Aaaa 750x430 1.jpg

ମୋଦୀ ରାଉରକେଲାକୁ ବି ବିକିଦେବେ: ଜୟରାମ ରମେଶ

State

 

aaaa-750x430

ରାଉରକେଲା: ଭାରତ ଯୋଡ ନ୍ୟାୟ ଯାତ୍ରା ଅବସରରେ ଇସ୍ପାତ ନଗରୀ ରାଉରକେଲାରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେପି ଓ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ସେ କହିଛନ୍ତି ବିଜେପି ଓ ବିଜେଡି ମଧ୍ୟରେ କୌଣସି ଫରକ ନାହିଁ । ଦୁହେଁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଜୟରାମ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶକୁ ମୋଦୀ ସରକାର ବିକିବାରେ ଲାଗିଛନ୍ତି । ବନ୍ଦରଠାରୁ ଆରମ୍ଭ କରି କଳକାରଖାନାକୁ ଘରୋଇ କମ୍ପାନୀ ହାତକୁ ଟେକିଦେଲେଣି । ଯଦି ମୋଦୀ ସରକାରଙ୍କ ତୃତୀୟ ଥର ସରକାର ହୁଏ ତେବେ ସେ ରାଉରକେଲାକୁ ବି ବିକିଦେବେ । ସବୁ ଜାଣିଶୁଣି ମୋଦୀ ସରକାରଙ୍କ ବିରୋଧରେ ବିଜେଡି ସରକାର କେବେବି ବିରୋଧର ସ୍ୱର ଉଠାଇନି ବରଂ ପରୋକ୍ଷରେ ଉଭୟ ଉଭୟଙ୍କୁ ସମର୍ଥନ କରୁଛନ୍ତି ।

କାରଣ ବିଜେଡି , ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ସେମାନଙ୍କ ମଧ୍ୟରେ କିଛି ଫରକ ନାହିଁ । କେବଳ କଂଗ୍ରେସ ହିଁ ଏହାକୁ ବିରୋଧ କରିବ ବୋଲି କହିଛନ୍ତି ଜୟରାମ ରମେଶ । ଜୟରାମଙ୍କ ପୂର୍ବରୁ ରାହୁଲ କହିଥିଲେ ଯେ ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦୀଙ୍କ ପାର୍ଟନରସିପରେ ସରକାର ଚାଲିଛି । ସଂସଦରେ ଏଭଳି ଦୃଶ୍ୟ ଦେଖିଥିବା କହିଛନ୍ତି ରାହୁଲ ଗାନ୍ଧି । ପ୍ରଧାନମନ୍ତ୍ରୀ ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ ସମର୍ଥନ କରୁଛନ୍ତି । ରାଜ୍ୟର ୩୦ ଲକ୍ଷ ଲୋକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ୩୦ ଜଣ ଉଦ୍ୟୋଗପତି ଆସି ଓଡ଼ିଶାକୁ ଲୁଟିବାକୁ ବସିଛନ୍ତି । ଗରିବ, ଆଦିବାସୀ, ଦଳିତ ଓ ପଛୁଆବର୍ଗ ଅବହେଳିତ ହୋଇ ରହିଥିବା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧି । ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ବେରୋଜଗାରୀ ବୃଦ୍ଧି ପାଇଛି । ଅନ୍ୟପଟେ କଂଗ୍ରେସ ଲୋକଙ୍କ ପାଇଁ ଲଢେଇ ଜାରି ରଖିଛି ।