Img 20250124 Wa0241

ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

State

ବାରିପଦା – ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ସମଗ୍ର ଶିକ୍ଷା ଅନୁକୁଲ୍ୟରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଜାତୀୟ ଶିଶୁ କନ୍ୟା ଦିବସ-୨୦୨୫ ଜିଲ୍ଲା ସ୍ତରରେ ପାଳିତ ହୋଇ ଯାଇଛି I ସମାଜରେ ଲିଙ୍ଗଗତ ବୈଷମତା କୁ ଦୂର କରିବା ତଥା ବାଳିକା ଶିକ୍ଷା କୁ ପ୍ରାତ୍ସାହିତ କରି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଏହି ଦିବସ ର ଉଦ୍ୟେଶ୍ୟ I ଏହି ପରିପେକ୍ଷୀରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ମଧ୍ୟ ଏକ ଅନ୍ୟତମ ପ୍ରୟାସ . ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ର ଗତ ୨୨ ତାରିଖ ଦିନ ୧୦ ବର୍ଷ ପୂର୍ତ୍ତି ହୋଇଥିଲା I ଏହି ଉପଲକ୍ଷେ ଜାନୁଆରୀ ୨୨ ତାରିଖ ଠାରୁ ଆରମ୍ଭ କରି ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ କରିବାର ପନ୍ଥା ରହିଅଛି .
ଏହି ଜାତୀୟ ଶିଶୁ କନ୍ୟା ଦିବସ ଗତ ୨୪ ତାରିଖ ଦିନ ବାରିପଦା ସ୍ଥିତ ସହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା I ଉକ୍ତ କାର୍ଯ୍ୟକ୍ରମ କୁ ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ I ଉଦ୍ଘାଟନୀ ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସବିତା ମଝି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୁର୍ଣ ଚନ୍ଦ୍ର ସେଠି, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ଚନ୍ଦ୍ର ଘଡେଇ ପ୍ରମୁଖ ଉପସ୍ଥିତ ଥିବାବେଳେ ଉଦଯାପନୀ ସମାରୋହରେ ଡେପୁଟି କଲେକଟର ଶୁଭଙ୍କରୀ ସ୍ଵଦେସ୍ନା ଦାସ, ଡିଏସପି ନିରୁପମା ମଲ୍ଲିକ, ଓର୍ମାସ ର ଡେପୁଟି ସିଇଓ ଶ୍ରୀ ବିମାନ ମଲ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ପ୍ରିୟପଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ . ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି କାର୍ଯ୍ୟକ୍ରମର ଉଭୟ ସମାରୋହରେ ଉପସ୍ଥିତ ଥିଲେ I ସେହିଭଳି I
ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତା ମୟୀ ବିଶ୍ୱାଳ ଉଭୟ ସମାରୋହ କୁ ପରିଚାଳନା କରିଥିବା ବେଳେ, ସମଗ୍ର ଶିକ୍ଷା ର ବାଳିକା ଶିକ୍ଷା ସଂଯୋଜକ ଶ୍ରୀ ପ୍ରଫୁଲ୍ଲ କୁମାର ବାରିକ କାର୍ଯ୍ୟକ୍ରମର ଉଭୟ ସମାରୋହରେ ଉପସ୍ଥିତ ରହି ଉଭୟ ସମାରୋହ ରେ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମରେ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ଛାତ୍ରୀ, କିଶୋରୀ ବାଳିକା ମାନେ ଉପସ୍ଥିତ ରହି ଦଳଗତ ନୃତ୍ୟ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ I ଏଥିରେ ଦଳଗତ ନୃତ୍ୟରେ ରାସଗୋବିନ୍ଦପୁର ବ୍ଲକ ଅଧୀନରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କପ୍ତିପଦା ବ୍ଲକ ଅଧୀନରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ଛାତ୍ରୀ ମାନେ ଦ୍ଵିତୀୟ ଏବଂ ମରୋଡ ବ୍ଲକ ସ୍ଥିତ ଭଳିଆଡିହା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ଛାତ୍ରୀ ମାନେ ତୃତୀୟ ସ୍ଥାନ ଅଧିକାର କରିଥିଲେ I ସେହିଭଳି ଚିତ୍ରାଙ୍କନରେ ଉଦଳା ବ୍ଲକ ସ୍ଥିତ ରାଢୋ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ଛାତ୍ରୀ ସୁମିତ୍ରା ସିଂ ପ୍ରଥମ, ପାଇକବସା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ଛାତ୍ରୀ ଅର୍ଚିତା ମହାନ୍ତ ଦ୍ଵିତୀୟ ଏବଂ ମହାରାଣୀ ତଖତ କୁମାରୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ଛାତ୍ରୀ ପୋମା ମୁର୍ମୁ ତୃତୀୟ ସ୍ଥାନ ଅଧିକାର କରିଥିଲେ I ଉତ୍ତୀର୍ଣ ପ୍ରତିଯୋଗୀ ମାନକୁ କାର୍ଯ୍ୟକ୍ରମର ଦ୍ଵିତୀୟାର୍ଧ୍ୟେ ପୁରସ୍କୃତ କରI ଯାଇଥିଲା . ସେହିଭଳି ବାଲ୍ୟ ବିବାହ କୁ ନା କହି ପାଠ ପଢା ଜାରି ରଖିଥିବା ବାଳିକା ମାନକ ମଧ୍ୟରୁ ବିଭିନ୍ନ ବ୍ଲକ ର ୧୨ ଜଣ ଙ୍କୁ ସମ୍ମାନିତ କରାଯାଇଥିଲା I ସେହି ଭଳି ପୂର୍ବରୁ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନ ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ରହି ଆଜି ନିଜକୁ ସମାଜରେ ପ୍ରତିଷ୍ଠିତ କରି ପାରିଥିବା ୬ ଜନ ବାଳିକାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା I
ବେତ ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ୯ ଏବଂ ୧୦ ତାରିଖରେ ଜିଲ୍ଲା ସ୍ତରୀୟ ବାଳିକା ମାନଙ୍କ ମଧ୍ୟରେ ଏକ ଫୁଟବଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ସେଥିରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଏବଂ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନ ର ଫୁଟବଳ ଦଳ ଭାଗ ନେଇଥିଲେ I ସେଥିରେ ମରୋଡ ବ୍ଲକ ର ଭାଲିଆଡିହା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଦଳ ବିଜେତା ଏବଂ ଉଦଳା ବ୍ଲକ ସ୍ଥିତ ରାଢୋ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର ଫୁଟବଳ ଦଳ ଉପ ବିଜେତା ହୋଇଥିଲେ I ଉଭୟ ଦଳଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୁରସ୍କୃତ କରାଯାଇଥିଲା I
କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସିଡିପିଓ, ଜିଲ୍ଲା ସ୍ତରୀୟ ଅଧିକାରୀ, ଜନ ପ୍ରତିନିଧି, ସ୍ଵେଛା ସେବି ସଂଗଠନ ଶକ୍ତି ସଦନ ଓଆନ ଷ୍ଟପ ସେଣ୍ଟର, ଆକ୍ସନ ଏଡ଼ ପ୍ରମୁଖ ଉପସ୍ଥିତ ଥିଲେ. କାର୍ଯ୍ୟକ୍ରମକୁ ସୁଚାରୁ ରୂପରେ ପରିଚାଳନା କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ସମଗ୍ର ଶିକ୍ଷା, ଚାଇଲଡ ହେଲ୍ପ ଲାଇନ ର କର୍ମ କର୍ତା ସହାୟତା ପ୍ରଦାନ କରିଥିଲେ I