- ଶତାଧିକ ଗୃହ ନଷ୍ଟ ଓ ଵହୁ ଗୃହପାଳିତ ପଶୁ ମୃତ ଓ ଆହତ
- ପ୍ରଶାସନିକ ସହାୟତା ପାଇଁ ଖଡମଵେଡାରେ ୪୯ ନମ୍ବର ଜାତୀୟ ରାଜପଥ ରାସ୍ତାରୋକ
ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଳକର ବିଭିନ୍ନ ଅଂଚଳ ପାଇଁ ଗୁରୁବାର ରାତିଥିଲା କାଳରାତ୍ର। ଗୁରୁବାର ରାତ୍ର ୭.୩୦ ଟା ପାଖାପାଖି ସମୟରେ ଅଦିନିଆ କାଳବୈଶାଖୀ ପ୍ରଭାବରେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଆସି ରଚିଥିଲା ତାଣ୍ଡବଲୀଳା । କାଳବୈଶାଖୀର କରାଳ ପ୍ରକୋପରେ ଵିଶୋଇ ଅଂଚଳର ଖଡମଵେଡା,ମୁଷାମାରି,ଦେଓପଟା ବାଲିତୁଠ,କୁଚିଣ୍ଡା,ରଜାଵସା,କାଦପାଣି ଗ୍ରାମ ବେଶି ପ୍ରଭାବିତ ହୋଇଥିବାବେଳେ ଆଖପାଖ ଗ୍ରାମ ସେଥିରୁ ବାଦ ପଡି ନ ଥିଲା ।ଏଭଳି କାଳବୈଶାଖୀ ପ୍ରଭାବର ଏଭଳି ଝଡ଼,ପବନ ତୋଫାନ ,କୁଆପଥର ମାଡ ଜୀବଦଶା ମଧ୍ୟରେ କେବେ ଦେଖି ନ ଥିଲେ ବୋଲି କୁହନ୍ତି ଅଂଚଳବାସୀ ।ତୁହାକୁ ତୁହା ବର୍ଷା,ପ୍ରବଳ ପଵନବହିବା ସହ ଆକାଶରୁ ଖସିଲା ଛୋଟ ବଡ଼ କୁଆପଥର ଖଣ୍ଡ ।ନିମିଷକେ ମଧ୍ୟରେ ୧୫ ଗ୍ରାମରୁ ପ୍ରଭାବିତ ହୋଇଥିବାବେଳେ ୭ ରୁ ଉର୍ଦ୍ଧ ଗ୍ରାମର ଘରବାଡ଼ି, ଖପର, ଘରର ଆଵାସପତ୍ର, କ୍ଷେତବାଡି ଵ୍ଯାପକ ନଷ୍ଟ କରି ଦେଇଥିଲା । ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇ ଯାଇଥିଲା । କୁଆପଥର ମାଡ଼ରେ ଖଡମଵେଡା ଗ୍ରାମର ମାର୍କଣ୍ଡ ନାଏକ ମୃତ ହୋଇଥିବାବେଳେ ୮ ଜଣ ଗୁରୁତର ଓ ୪୦ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି ।୯ ରୁ ଉର୍ଦ୍ଧ୍ବ ଛେଳି ମୃତ୍ୟୁ କରିଥିବାବେଳେ ଗୋରୁ ଗାଈ ଆହତ ହୋଇଥିଲେ । ଆହତ ହୋଇଥିବା ବୁଢ଼ାବୁଢ଼ୀ,ଛୁଆ, ମହିଳାମାନଙ୍କ ଗଳାଫଟା ଆର୍ତ୍ତ ଚିତ୍କାର ଶୁଭୁଥିଲା । ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ।ଶତାଧିକ ଲୋକ ଅଳ୍ପକେ ବହୁତ ଆହତ ହୋଇଥିଲେ । ଚୁଲିରେ ପାଣି ପଶି ଯାଇଥିଲା ।ଖାଦ୍ୟ ପଦାର୍ଥ,ଲୁଗାପଟା,ଶୋଇବା ବିଛଣା ସବୁ ଓଦା ।ରାତିରେ ଉପାସରେ ରହିଥିଲେ ।ପରେ ସ୍କୁଲ ଘରେ ଆଶ୍ରୟ ନେଇଥିଲେ । ବିଭିନ୍ନ ସ୍ଥାନରେ ସ୍ଥାନରେ ବଡ଼ ବଡ଼ ଗଛ ରାସ୍ତା ଉପରେ ପଡ଼ି ଯାଇଥିଲା । ସ୍ଥାନୀୟ କ୍ଲବ ଯୁବକମାନେ ଓ ସ୍ବେଛାସେବୀମାନେ ତୁରନ୍ତ ଆସି ସହାୟତାର ହାତ ବଢ଼ାଇଥିଲେ ।ଆଜି ସକାଳେ ଖାଦ୍ୟ,ପୋଲିଥିନ ଓ ଆବାସ ଘର ସହାୟତା ପାଇଁ କାଳବୈଶାଖୀ ବିତ୍ପାତ ଲୋକେ ଖଡମଵେଡା ଜାତୀୟ ରାଜପଥ ୪୯ ନମ୍ବର କୁ ୬ ଘଣ୍ଟାରୁ ଉର୍ଦ୍ଧ୍ବ ରାସ୍ତାରୋକ କରିଥିଲେ । ଖବର ପାଇ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ,ବିଶୋଇ ବିଡ଼ିଓ ସାଗର ମୁର୍ମୁ ,ବିଜାତଳା ତହସିଲଦାର,ବିଶୋଇ ତହସିଲଦାର, କର୍ମଚାରୀ,ବିଶୋଇ ଥାନାଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଖାଦ୍ୟ, ଯୁଦ୍ଧକାଳୀନ ପୋଲିଥିନ ଏବଂ ଆବାସ ଗୃହ ସହ ଗୃହ ଓ ପଶୁଧନ କ୍ଷୟକ୍ଷତି ଆକଳନ ପରେ ପ୍ରଶାସନିକ ଗାଇଡ ଅନୁସାରେ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବା ପ୍ରତିଶ୍ରୁତି ଦେବାପରେ ଅପରାହ୍ନ ୨.୩୦ ଠାରେ ପିଡିତ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ । ସ୍ବେଛାସେବୀ ସଂସ୍ଥା, କ଼ଲବ ଏବଂ ପ୍ରଶାସନ ତରଫରୁ ଶୁଖିଲା ଖାଦ୍ୟ,ପାଣି ଓ ରନ୍ଧା ଖାଦ୍ୟ ଯୋଗାଇ ଯାଇଥିଲା । ଓ ଯୁଦ୍ଧକାଳୀନ ଭିତ୍ତିରେ ପୋଲିଥିନ ଯୋଗା ଯାଉଥିଲା । ରାଇରଙ୍ଗପୁର ଉପ ଜିଲ୍ଲାପାଳ ଶ୍ରୀ ସୋମ୍ୟରଞ୍ଜନ ପ୍ରଧାନ ନିଜେ ଉପସ୍ଥିତ ରହି ପିଡିତ ମାନଙ୍କ ସୁବିଧା ଅସୁବିଧା କାର୍ଯ୍ୟକୁ ତଦାରଖ କରି କାର୍ଯ୍ୟାନୁଷ୍ଠାନ କରୁଛନ୍ତି ।