Fdsf

ବିଦ୍ୟାଳୟ ପରିସରରୁ ବିଷାକ୍ତ ସର୍ପ ଉଦ୍ଧାର, ସାପ ପାଇଁ ୩ ଘଣ୍ଟା ପାଠ ପଢା ଠପ୍

State

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବଡବାଇକଳା ଉଚ୍ଚ ବିଦ୍ୟାଳୟ ପରିସରରୁ ଏକ ବିଷାକ୍ତ ସାପ ବନ ବିଭାଗ ଦ୍ଵାରା ତାଲିମପ୍ରାପ୍ତ ସାପଧରାଳୀ ଓ କର୍ମଚାରୀଙ୍କ ଦ୍ଵାରା ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ କିଛି ଦିନ ହେଲା ବଡଵାଇକଳା ଉଚ୍ଚ ବିଦ୍ୟାଳୟ ପରିସରରେ ୩ ଟି ବିଷାକ୍ତ ସାପ ବୁଲୁଥିବାର ଛାତ୍ରଛାତ୍ରୀ ମାନେ ଦେଖିବାକୁ ପାଇଥିଲେ ।ଆଜି ବିଦ୍ୟାଳୟକୁ ଆସୁଥିବା ସମୟରେ ସ୍କୁଲର କିଛି ଛାତ୍ରଛାତ୍ରୀ ସାପଟିକୁ ଦେଖିବାକୁ ପାଇ ଭୟଭୀତ ହୋଇ ଶିକ୍ଷକଙ୍କୁ ଜଣାଇଥିଲେ । ଶିକ୍ଷକମାନେ ବନ ବିଭାଗକୁ ଜଣାଇଥିଲେ । ବନବିଭାଗ ଅଧିକାରୀ ସାପ ଧରାଳୀ ଅନୁଭବ ପଟ୍ଟନାୟକ ଏବଂ କିଛି ବନ କର୍ମଚାରୀଙ୍କୁ ପଠାଇଥିଲେ । ସେମାନେ ସ୍କୁଲ ପରିସରରେ ଥିବା ଏକ ଗାତରୁ ଗୋଟିଏ ସାପ ଧରି ‌ସ୍ଥାନୀୟ ଦୁବୁଲାବେଡା ଜଙ୍ଗଲରେ ଛାଡି ଦେଇଛନ୍ତି ।ବିଦ୍ୟାଳୟ ଭିତରେ ୨୦୦ ବିଶିଷ୍ଟ ଏକ ଆବାସିକ ହଷ୍ଟେଲ ଅଛି ।ଆଜି ସାପକୁ ଦେଖି ଭୟଭୀତ ହୋଇଥିଲେ ପିଲାମାନେ । ବିଦ୍ୟାଳୟରେ ୩ ଘଣ୍ଟା ଧରି ପାଠପଢ଼ା ଠପ୍ ହୋଇଯାଇଥିଲା ।