ବାରିପଦା : ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ, ବାରିପଦାର ସମ୍ମିଳନୀ କକ୍ଷରେ ପ୍ରଧାନଶିକ୍ଷକଙ୍କ ବୃତ୍ତିଗତ ପ୍ରଶିକ୍ଷଣ ନିମନ୍ତେ ତ୍ରିଦିବସୀୟ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ଆଧାରିତ କର୍ମଶାଳା “ପ୍ରଗତି” ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୟୂରଭଞ୍ଜ ଜିଲ୍ଲାର ୧୩ଟି ବ୍ଲକରୁ ଆସିଥିବା ଗୋଷ୍ଠୀ ସାଧନକର୍ମୀମାନେ ଯୋଗ ଦେଇଥିଲେ | ଏହି ଅବସରରେ ପ୍ରତିଷ୍ଠାନର ଅଧକ୍ଷ ପ୍ରମୋଦ କୁମାର ଡାକୁଆ ପ୍ରଶିକ୍ଷଣ ପେଟିକାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ | ଅନୁଷ୍ଠାନର ପ୍ରୂର୍ବତନ ଅଧକ୍ଷ ଅନାଦି ଚରଣ ବିନ୍ଧାଣୀ, ଶିକ୍ଷକ ପ୍ରଶିକ୍ଷକ ସାଗର କୁମାର ଦଳନାଏକ, ଶିକ୍ଷକ ପ୍ରଶିକ୍ଷିକା ହରପ୍ରିୟା ନାୟକ ଓ ଶିକ୍ଷକ ପ୍ରଶିକ୍ଷକ ଦିଲୀପ କୁମାର ସିଂ ସାଧନକର୍ମୀ ଭାବରେ କର୍ମଶାଳାକୁ ସୂଚାରୁରୂପେ ପରିଚାଳନା କରିଥିଲେ | ଏହି କର୍ମଶାଳାରେ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ବୃତ୍ତିଗତ ବିକାଶ କରିବା, ନେତୃତ୍ଵର ଗୁଣାତ୍ମକ କୌଶଳ ବିକାଶ କରିବା, ସମ୍ବଳର ଆକଳନ ପାଇଁ ସାଧନୀ ପ୍ରସ୍ତୁତି କରିବା, ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା I