Pus

ଭୁବନେଶ୍ବରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ

State

ଭୁବନେଶ୍ଵର: ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ । ରଙ୍ଗ ବେରଙ୍ଗର ସୁଗନ୍ଧଭରା ଦେଶୀ ଓ ବିଦେଶୀ ଫୁଲର ସମ୍ଭାର ଦେଖିଲେ ଘଡିଏ ଅଟକି ଯାଆନ୍ତି ଲୋକେ । ଭଳି କିଭଳି ଫୁଲରେ ଝଲସୁଛି ଏକାମ୍ର କାନନ। ଲାଲ୍, କମଳା, ନୀଳ, ହଳଦିଆ ଆଦି ରଙ୍ଗ ବେରଙ୍ଗ ଗୋଲାପ ସାଙ୍ଗକୁ ବିଦେଶୀ ଫୁଲ ଲୋକଙ୍କୁ କରୁଛି ଆକର୍ଷିତ । ଲୋକଙ୍କ ମଧ୍ୟରେ ଫୁଲ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ରାଜଧାନୀକୁ ଆହୁରି ସୌନ୍ଦର୍ଯ୍ୟମୟ କରିବା ଉଦ୍ଦେଶ୍ୟ ନେଇ ପ୍ରତିବର୍ଷ ଏକାମ୍ର କାନନରେ ଅନୁଷ୍ଠିତ ହୁଏ ‘ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ । ଯେଉଁଠି ଦେଖିବାକୁ ମିଳେ ଏକାସାଙ୍ଗରେ ୫୦୦ ରୁ ଊର୍ଦ୍ଧ୍ୱ କିସମର ଦେଶୀ ବିଦେଶୀ ଫୁଲ । ରିଜିଓନାଲ ପ୍ଲାଣ୍ଟ  ରିଶୋର୍ସ ସେଣ୍ଟର ଓ ପ୍ଲାଣ୍ଟ ଲଭର୍ସ ଆସୋଶିଏସନ ପକ୍ଷରୁ ଭୁବନେଶ୍ବର ଏକାମ୍ର କାନନ ପାର୍କ ରେ ଆୟୋଜିତ ‘ରାଜ୍ୟ ସ୍ତରୀୟ ପୁଷ୍ପ ପ୍ରଦର୍ଶନୀ’କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଗେ।ଲାପ, ଏକଜୁରା, ଜରବରା, ଆଷ୍ଟର, ଭରବିନା, ଗ୍ଲାଡିଓ, ପିଟୁନିଆ, ଲିଲିଅମ, କ୍ୟାଲେଣ୍ଡୁଲା, ଗେଣ୍ଡୁ, ମନ୍ଦାର ଆଣ୍ଟିରିନିୟମ, ଜିନିଆ, ସେଲଭିଆ ସେବତି ର ଅପୂର୍ବ ସମ୍ଭାରର ଏକ ସୁନ୍ଦର ମନଲୋଭା ବଗିଚା ଦେଖିବାକୁ ମିଳିଛି ଫୁଲ ମତ୍ସୋବରେ । ଭଳିକି ଭଳି ଫୁଳର ବଗିଚା ବେଶ୍ ମନୋରମ ଲାଗୁଛି । ବାସ୍ନାରେ ମହକି ଉଠୁଛୁ ସାରା ପରିବେଶ । ଛୋଟ ଠାରୁ ବଡ ସମସ୍ତେ ଫୁଲର ପ୍ରେମରେ ହଜିଯାଉଛନ୍ତି । କିଏ ଗୋଲାପ ବଗିଚାରେ ପାଖରେ ଠିଆ ହୋଇ ମନଭରି ଫୁଲର ସୌନ୍ଦର୍ଯ୍ୟ ଉପଭୋଗ କରୁଛି ତ ଆଉ କିଏ ଫୁଲଗଛ ବୋହି ନେଉଛନ୍ତି ନିଜ ଘରକୁ । ଆଉ କିଏ ଫୁଲ ସହ ଫଟୋ ଉଠାଇବାରେ ବ୍ୟସ୍ତ ।

ସର୍ବସାଧାରଣଙ୍କ ନିମନ୍ତେ ଦେୟମୁକ୍ତ ଦୁଇଦିନ ପାଇଁ ଏହି ପ୍ରଦର୍ଶିନୀ ଖୋଲା ରହିଥିବାବେଳେ ଆଜି ପ୍ରଥମ ଦିନରେ ବିପୁଳ ଦର୍ଶକଙ୍କ ସମାଗମ ହେବ । ଆସନ୍ତା ୧୧ ତାରିଖ ଯାଏଁ ଚାଲିବ ଏହି ପୁଷ୍ପ ପ୍ରଦର୍ଶନୀ । ଏହି ପାଞ୍ଚଦିନିଆ ଉତ୍ସବରେ ଓଡ଼ିଶା ଖଣି ନିଗମ ଲିମିଟେଡ, ଓଡ଼ିଶା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ, ନାଲକୋ, ଏମ୍‌ଜିଏମ୍‌ ମିନେରାଲସ (ପ୍ରା) ଲିମିଟେଡ ଓ ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟ ସହ ବିଭିନ୍ନ ଘରୋଇ ଅନୁଷ୍ଠାନ ଆଦି ପୁଷ୍ପ ପ୍ରଦର୍ଶନୀ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଏହି ପ୍ରଦର୍ଶନୀର ଶେଷ ଦିନରେ ଅର୍ଥାତ ୧୧ ଜାନୁଆରୀରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ।