Untitled 1

ନିମିଶାଙ୍କୁ ମିଳିଛି ଫାଶୀ: ଇରାନ କହିଲା ଯଥା ସମ୍ଭବ ସହଯୋଗ କରିବୁ, କ୍ଷତିପୂରଣ ଦେବାକୁ ପ୍ରସ୍ତୁତ ସ୍ୱାମୀ

National & International

ନୂଆଦିଲ୍ଲୀ: ଭାରତୀୟ ନାଗରିକ ନିମିଶା ପ୍ରିୟାଙ୍କୁ ୟେମେନ ସରକାର ଫାସୀ ଦେବା ମାମଲାରେ ସହଯୋଗରେ ହାତ ବଢ଼ାଇଛି ଇରାନ। ଘଟଣାକୁ ସେ ୟେମେନ ସରକାଙ୍କ ସମ୍ମୁଖରେ ଉଠାଇବେ। ଓ ଯାହା ଇରାନ ଦ୍ୱାରା ସମ୍ଭବ ସେ ସବୁ କରାଯିବ ବୋଲି ଇରାନ ସରକାର କହିଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି।

ଭାରତର କେରଳ ରାଜ୍ୟରୁ ଆସୁଥିବା ନର୍ସ ନିମିଶା ପ୍ରିୟାଙ୍କୁ ୟେମେନ କୋର୍ଟ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ହତ୍ୟା ମାମଲାରେ ନିମିଶା ୨୦୧୭ରେ ୟେମେନ ଜେଲ୍‌ରେ ବନ୍ଦୀ ଥିଲେ। ଗତ ବର୍ଷ ଡିସେମ୍ବର ୩୯ ତାରିଖରେ ୟେମେନ ରାଷ୍ଟ୍ରପତି ରାଶାଦ ଅଲ-ଆଲିମି ନିମିଶା ପ୍ରିୟାଙ୍କ ମୃତ୍ୟୁ ଦଣ୍ଡକୁ ଅନୁମୋଦନ କରିଛନ୍ତି। ହତ୍ୟା ମାମଲାରେ ସାନାର ଏକ ଟ୍ରାଏଲ କୋର୍ଟ ୨୦୨୦ରେ ନିମିଶାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ। ଏବଂ ନଭେମ୍ବର ୨୦୨୩ରେ ୟେମେନର ସର୍ବୋଚ୍ଚ ନ୍ୟାୟିକ ପରିଷଦ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।

ତେବେ ନିମିଶାଙ୍କ ପାଇଁ ଏବେ ଗୋଟିଏ ରାସ୍ତା ଖୁଲା ଅଛି। ପୀଡ଼ିତ ପରିବାର ଚାହିଁଲେ ତାଙ୍କୁ ଏଥିରୁ ମୁକ୍ତି ଦେଇପାରିବେ। ମୃତ ତଲାଲ ଅବଦୋ ମହେଦୀଙ୍କ ପରିବାର କ୍ଷତିପୂରଣ ଆକାରରେ ଟଙ୍କା ନେଇ ନିମିଶାଙ୍କୁ ଛାଡ଼ି ପାରିବେ। କିମ୍ବା ସେମାନଙ୍କର ଟ୍ରାଇବାଲ ଲିଡର ନିମିଶାଙ୍କୁ କ୍ଷମା ଦେଇପାରିଲେ ତାଙ୍କ ମୃତ୍ୟୁ ଦଣ୍ଡରୁ ମୁକ୍ତି ମିଳିପାରିବ। ଏଥିପାଇଁ ମଧ୍ୟ ପ୍ରୟାଶ ଜାରି ରହିଛି। କିନ୍ତୁ ପ୍ରିୟାଙ୍କ ବିରୋଧରେ ଓକିଲ ନିଯୁକ୍ତି ପାଇଁ ପେମେଣ୍ଟ ଠିକ୍ ହୋଇପାରୁ ନଥିବାରୁ ଏଥିରେ ବିଳମ୍ବ ହେଉଛି।

ତେବେ ଏ ବିଷୟରେ ପରିବାରକୁ ମନାଇବାକୁ ଓକିଲ ଜଣଙ୍କ ଦୁଇଟି କିସ୍ତିରେ ୪୦ ହଜାର ଆମେରିକୀୟ ଡଲାର ଫି ମାଗିବା ସହିତ ଆଲୋଚନା ପୂର୍ବର ଫି ମଧ୍ୟ ମାଗୁଛନ୍ତି। ସମ୍ପୂର୍ଣ୍ଣ ଫି ନଦେଲା ଯାଏ କୌଣସି ଆଲୋଚନା କରିବେ ନାହିଁ ବୋଲି ଓକିଲ କହିଛନ୍ତି। ସେପଟେ ସରକାର କହୁଛନ୍ତି ମାସକ ଭିତରେ ନିମିଶାଙ୍କୁ ଫାସୀ ଦିଆଯିବ। କିନ୍ତୁ ତା ପୂର୍ବରୁ ତାଙ୍କ ପରିବାରକୁ ଭାରତ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି।

ସେପଟେ ନିମିଶା ପ୍ରିୟାଙ୍କ ସ୍ୱାମୀ ଯିଏ କିଛି ବର୍ଷ ପୂର୍ବେ ୟେମେନ ଛାଡ଼ି କେରଳା ଫେରି ଆସିଥିଲେ ସେ କ୍ଷତିପୂରଣ ରାଶି ଦେବାକୁ ପ୍ରସ୍ତୁତ ବୋଲି ଘୋଷଣା କରିଛନ୍ତି। ମେହଦୀଙ୍କ ପରିବାରକୁ କ୍ଷତିପୂରଣ ଦେଇ ଏହି ମାମଲାର ସମାଧାନ କରିପାରିବେ ବୋଲି ନିମିଶା ପ୍ରିୟାଙ୍କ ଟମି ସ୍ୱାମୀ ଥୋମାସ କହିଛନ୍ତି।

ସେପଟେ ଝିଅର ଜୀବନ ବଞ୍ଚାଇବା ପାଇଁ ନିମିଷା ପ୍ରିୟାଙ୍କ ମା ପ୍ରେମ କୁମାରୀ ଏପ୍ରିଲ ୨୦୨୪ରେ ୟେମେନ ଯାଇ ଯାଇଥିଲେ। ୧୧ ବର୍ଷ ଭିତରେ ସେ ପ୍ରଥମ ଥର ୟେମେନ ଯାଇଥିଲେ ବି ଝିଅକୁ ବଞ୍ଚାଇବା ପାଇଁ ସେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ପୀଡ଼ିତ ପରିବାରକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି।