Ips 1

୩ ଜଣ ଆଇପିଏସ ଅଫିସରଙ୍କୁ ମିଳିଲା ଡିଜିପି ପାହ୍ୟାକୁ ପଦୋନ୍ନତି

State

ଭୁବନେଶ୍ବର : ରାଜ୍ୟ ସରକାର ୩ ଜଣ ଆଇପିଏସ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି କରିଛନ୍ତି । ସେମାନେ ହେଲେ ୧୯୯୩ ବ୍ୟାଚ୍ ର ଆଇପିଏସ  ବିନୟତୋଷ ମିଶ୍ର , ରାଓସାହେବ ପଞ୍ଜାବ୍ରୋ କୋଚେ ଏବଂ ଶୁଶାନ୍ତ କୁମାର ନାଥ ।

୧୯୯୩ ବ୍ୟାଚର ଆଇପିଏସ ବିନୟତୋଷ ମିଶ୍ର ଓ ଆର ପି କୋଚେଙ୍କୁ ଡ଼ିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ସେହିଭଳି ଓଡିଶା କ୍ୟାଡ଼ରର ସେହି ସମାନ ବ୍ୟାଚର ଆଇପିଏସ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁଶାନ୍ତ କୁମାର ନାଥଙ୍କୁ ମଧ୍ୟ ଡ଼ିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।

ବିନୟତୋଷ ମିଶ୍ର ଏବେ କ୍ରାଇମବ୍ରାଞ୍ଚର ଏଡିଜି ଥିବା ବେଳେ ଆରପି କୋଚେ ରାଜ୍ୟରେ ଗୁଇନ୍ଦା ନିର୍ଦ୍ଦେଶକ ଅଛନ୍ତି । ଏବେ ରାଜ୍ୟରେ ଡ଼ିଜି ପାହ୍ୟାର ଅଫିସର ୧୯୮୮ ବ୍ୟାଚର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ଏସ ଏମ ନରଭାଣେ, ୧୯୯୦ ବ୍ୟାଚର ବର୍ତ୍ତମାନର ପୋଲିସ ଡ଼ିଜି ୱାଇ ବି ଖୁରାନିଆ ଓ ଅଗ୍ନିଶମ ଡ଼ିଜି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଅଛନ୍ତି । ଅରୁଣ ରାୟ ଜେଲ ବିଭାଗ ନିର୍ଦ୍ଦେଶକ ଥିବାବେଳେ ଆସନ୍ତା ଏପ୍ରିଲ ମାସରେ ଅଵସର ନେବେ ।

ସେହିଭଳି ଏସ ଏମ ନରଭାଣେ ସରକାରୀ ପ୍ରେସର ନିର୍ଦ୍ଦେଶକ ଥିବାବେଳେ ସେ ଆସନ୍ତା ଜୁନ ମାସରେ ଅଵସର ନେବେ । ଏମାନଙ୍କ ବ୍ୟତୀତ ଓଡିଶା କ୍ୟାଡ଼ରର ଡିଜି ପାହ୍ୟାର ଅଧିକାରୀ ୧୯୮୯ ବ୍ୟାଚର ଅମୃତ ମୋହନ ପ୍ରସାଦ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ରହି ସିଆରପିଏଫର ସ୍ୱତନ୍ତ୍ର ଡ଼ିଜି ଭାବେ ଅବସ୍ଥାପିତ ଅଛନ୍ତି । ରାଜ୍ୟ ସରକାରଙ୍କ  ଜିଏ ବିଭାଗ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।