ବାରିପଦା : ୧୦ମ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ କ୍ରିୟେଟିଭ ସ୍କୁଲ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସ, ଦେଉଳସାହି, ବାରିପଦା ଆନୁକୁଲ୍ୟରେ ବାରିପଦା ମୁନସିପାଲଟି ର ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି ଙ୍କ ଦ୍ୱାରା ଶୁଭଉଦଘାଟନ ଆଜି ପୂର୍ବାହ୍ନରେ ହୋଇଯାଇଅଛି । ଏହି ଶୁଭ ଅବସର ରେ ଅନୁଷ୍ଠାନ ର ଅଧକ୍ଷ୍ୟ ଶ୍ରୀ ରବୀନ କୁମାର ମହାପାତ୍ର, ସମ୍ପାଦକ ଶ୍ରୀ ଭିଭୁ ଦତ୍ତ ଦାସ, ଉପସଭାପତି ଶ୍ରୀ ସୌର ବିହାରୀ ଦାସ, ମୁଖ୍ୟ ଉପଦେଷ୍ଟା ଶ୍ରୀ ଚାରୁ ଚନ୍ଦ୍ର ଦାସ, କର୍ମକତା ରାକେଶ କୁମାର ବେହେରା, ସମୟ କୁମାର ଦାସ, ସଶିବ ଦାସ, ଶପଥ ଦାସ, ସୁବିନୟ ଦାସ, ରୁନୁ ରାଣୀ ବେହରା, ସମୀର ମହାନ୍ତ, ସ୍ୱୟମ, କଳ୍ପନା ଓ ଆଶା ଙ୍କ ଉପସ୍ଥିତିରେ କାର୍ଯ୍ୟକର୍ମ ଅନୁଷ୍ଠିତ ହଇଥିଲା । ଓଡ଼ିଶା ର ସମସ୍ତ ପ୍ରାନ୍ତ ରୁ କଳାକାର ଙ୍କ କଳାକୃତି ଗୁଡିକ ଉଚ୍ଚକୋଟୀ ର ହୋଇଥିବାର ନଗରପାଳ ଶ୍ରୀ ମହାନ୍ତି ମନ୍ତବ୍ୟ ଦେଇଥିଲେ । ଏହି ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନ ରେ ରାଜ୍ୟ ର ବିିଭିନ୍ନ ପ୍ରାନ୍ତ ରୁ ଆସିଥିବା ବଛାବଛା କଳାକାର ମାନଙ୍କ ର ୭୦ ଟି ଚିତ୍ରକଳା ସ୍ଥାନ ପାଇଥିବା ବେଳେ ସ୍କୂଲ ର ମ୍ୟାନଜମେଣ୍ଟ ସଦସ୍ୟ ତଥା ଷ୍ଟାଫ ମାନଙ୍କର 25 ଟି ଚିତ୍ରକାଳ ସ୍ଥାନ ପାଇଥିବା ସହିତ ଛୋଟ ଛୋଟ ପିଲା ମାନଙ୍କର 160 ଟି ସର୍ବମୋଟ ୨୫୫ ଟି ଚିତ୍ର ସ୍ଥାନ ପାଇଛି । ଏହି ଚିତ୍ର କଳା ପ୍ରଦର୍ଶନ ୪ ଦିନ ଧରି ଅନୁଷ୍ଠିତ ହେବ । ଆସନ୍ତା ତା ୩୦/୧୨/୨୦୨୪ ରିଖ ସୋମବାର ଦିନ ଉଦଯାପନୀ ସନ୍ଧ୍ୟା ୫ ଘଟିକା ସମୟ ରେ ସହିଦ ସ୍ମୃତି ଭବନ ରେ ଅନୁଷିତ ହେବ । ଉକ୍ତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ପ୍ରଫେସର କିଶୋର କୁମାର ବସା, ସମ୍ମାନିତ ଅତିଥି ଇଞ୍ଜିନିଅର୍ ଅଶୋକ କୁମାର ବସା ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀ ମାନଂକୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଅଛି ।ସୂଚନା ଯୋଗ୍ୟ କି ରାଜ୍ୟସ୍ତରିୟ ଚିତ୍ର କଳା ପ୍ରଦର୍ଶନ କ୍ରମାଗତ ଭାବେ ୧୦ ବର୍ଷ ଆୟଜନ କରିବା ଓଡ଼ିଶା ରେ କୌଣସି ଅନୁଷ୍ଠାନ ପାଇଁ ବିରଳ ଯାହାକି ଏହି କ୍ରିୟେଟିଭ ସ୍କୁଲ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟସ ସ୍କୁଲ କରିପାରିଛି । ଏହି ଭଳି ଭାବେ ସମସ୍ତଙ୍କର ସାହାର୍ଯ୍ୟ, ସହଯୋଗ ଓ ଭଲ ପାଇବା ରହିଲେ ଆମ୍ଭେ ମୟୁରଭଞ୍ଜ ମାଟିର କଳା କୁ ଆଗକୁ ନେବାରେ ସାମର୍ଥ୍ୟ ହୋଇ ପାରିବୁ ବୋଲି ମୁଖ୍ୟ ଉପଦେଷ୍ଟା ଚାରୁ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି l ଏଥି ସହିତ ଅନୁରୋଧ କରିଛନ୍ତି ସମସ୍ତେ ସପରିବାର ସହିତ ଆସି ରାଜ୍ୟ ସ୍ତରୀୟ ଚିତ୍ର କଳା ପଦର୍ଶନୀ କୁ ଉପଭୋଗ କରିବାକୁ l