Onn 3

ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ: ବିଭୁ ପ୍ରସାଦ ଦାସ – ସଭାପତି, ବିପ୍ଲବ ବାରିକ – ସଂପାଦକ

State

ବାରିପଦା: ଆଜି ଜିଲା ଓକିଲ ସଂଘ ବାରିପଦା ର ନିବାଚନୀ ଅନୁଷ୍ଠିତ ହୋଇଯାଇଅଛି । ନିର୍ବାଚନ ର ପ୍ରକାଶିତ ଫଳାଫଳ ଅନୁଯାୟୀ ସଭାପତି ଭାବେ ବିଭୁପ୍ରସାଦ ଦାସ ୩୨୯ ଖଣ୍ଡ ପାଇ ବିଜେତା ଘୋଷିତ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ପବୀର କୁମାର ବସା ୩୦୩ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ଉପ ସଭାପତି ଭାବେ ସୁଜାତା ମିଶ୍ର ୩୮୨ ଖଣ୍ଡ ଭୋଟ ପାଇ ବିଜେତା ଘୋଷିତ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କୃଷ୍ନ ଚନ୍ଦ୍ର ମହାନ୍ତି ୨୪୮ ଖଣ୍ଡ ଭୋଟ ପାଇଛନ୍ତି । ସଂପାଦକ ଭାବେ ବିପ୍ଲବ ବାରିକ ୩୩୦ ଖଣ୍ଡ ଭୋଟ ପାଇ ବିଜେତା ଘୋଷିତ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀତ୍ତସତ୍ୟ ସ୍ୱରୂପ ଦାସ ୨୫୪ ଖଣ୍ଡ ଭୋଟ ପାଇଛନ୍ତି । ଯୁଗ୍ମ ସଂପାଦକ ଭାବେ ସ୍ୱରୂପ କୁମାର ମିଶ୍ର ୪୫୩ ଖଣ୍ଢ ଭୋଟ ପାଇ ବିଜେତା ଘୋଷିତ ହୋଇଥିବାଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବନମାଳୀ ବାରିକ ୧୮୧ ଖଣ୍ଡ ଭୋଟ ପାଇଛନ୍ତି । ଯୁଗ୍ମ ସଂପାଦକ( ଏଡମିନିଷ୍ଟ୍ରେସନ) ଭାବେ ପଙ୍କଜ କୁମାର ମହାକୁଡ୩୯୯ ଖଣ୍ଡ ଭୋଟ ପାଇ ବିଜେତା ଘୋଷିତ ହୋଇଥିବାେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସତ୍ୟବାନ ପାଲ ୨୨୭ ଖଣ୍ଡ ଭୋଟ ପାଇଛନ୍ତି । ଯୁଗ୍ମ ସଂପାଦକ (ଲାଇବ୍ରେରୀ) ସତ୍ୟନାରାୟଣ ବେହେରା ୪୪୬ ଖଣ୍ଡ ଭୋଟ ପାଇ ବିଜେତା ଘୋଷିତ ହୋଇଥିବାଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଅଶୋକ କୁମାର ପଣ୍ଡା ୧୭୫ ଖଣ୍ଡ ଭୋଟ ପାଇଛନ୍ତି ।

କୋଷାଧକ୍ଷ ଭାବେ ପଦ୍ଗ ଲୋଚନ ମହାନ୍ତ ୪୧୨ ଖଣ୍ଡ ଭୋଟ ପାଇ ବିଜେତା ଘୋଷିତ ହୋଇଥିବାେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶାନ୍ତନୁ କୁମାର ପାଲ ୨୧୨ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ଏକଜ୍ୟୁକ୍ୟୁଟିଭ ମେମ୍ବର ଭାବେ ଦେବରାଜ ମିଶ୍ର , ଗୈାତମ ଶଙ୍କର ରାୟ , ଜ୍ଞାନ ରଞନ ଜେନା , ମାନସ ଋଞନ ବେହେରା , ସୁଦାଂଶୁ ଶେଖର ପାଲ , ସୁସ୍ମିତା ଘୋଷାଲ , ସ୍ୱପ୍ନା ମହାନ୍ତି ଏବଂ ଉତ୍ତମ କୁମାର ଦଳ ବେହେରା ପ୍ରମୁଖ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାର ଜିଲା ବାର ଏସୋସିଏସନର ଇଲେକ୍ସନ ଅଫିସର କୃଷ୍ନ ଚନ୍ଦ୍ର ଦାସ ସୂଚନା ପ୍ରଦାନ କରଛନ୍ତି । ସେହିପରି ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନ ର ଘୋଷିତ ଫଳାଫଳ ଅନୁଯାୟୀ ୨୫୪ ଜଣ ପଞିକୃତ ଓକିଲ ଙ୍କ ମଧ୍ୟରୁ ୨୩୬ ଜଣ ଓକିଲ ମତଦାନ କରିଥିଲେ । ନିର୍ବାଚନ ରେ ଅକ୍ଷୟ ମହାନ୍ତି ଲଗାତାର ୬ ଷଷ୍ଠ ଥର ପାଇଁ ସଭାପତି ପଦ ହାତେଇ ରେକର୍ଡ ସୃଷ୍ଟି କରିଛନ୍ତି । ସେହିଭଳି ସଂପାଦକ ଭାବେ ମନୋଜ ଦାସ , ଉପ ସଭାପତି ମାନଗୋବିନ୍ଦ ମହାନ୍ତ , ଯୁଗ୍ମ ସଂପାଦକ ହରେକୃଷ୍ନ ମହାକୁଡ , ସହ ସଂପାଦକ ବୈଜୟନ୍ତୀ ଦଳେଇ , କୋଷାଧକ୍ଷ ଶିଶୁପଦ ମହାନ୍ତ ବିଜୟ ହୋଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ରଘୁନାଥ ଦାସ , ଅର୍ଚ୍ଚନା ଦତ୍ତ, ନିୟତୀ ମହାନ୍ତି , ସସ୍ମିତା ଦତ୍ତ, ଲକ୍ଷ୍ମୀ ମହାନ୍ତି , ସେକ ରେହେମାନ , ସନତ ଦତ୍ତ , ଦୁଷ୍ମନ୍ତ ବସା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । (ଫଟୋ)