Img 20241223 Wa0260

ମୟୁରଭଞ୍ଜ ଜିଲ୍ଲା ଇଣ୍ଡିଆ ମେଣ୍ଟ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ

State

ବାରିପଦା : ଭାରତର ସଂସଦ ଭବନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଆମ୍ବେଦକର ପ୍ରତି ଅଶାଳୀନ ଓ ଅପମାନ ସୁଚକ ମନ୍ତବ୍ଯ ଦେବା ପ୍ରସଙ୍ଗରେ ଆଜି ମିଳିତ ଭାବେ କଂଗ୍ରେସ, ସିପିଆଇ, ସିପିଏମ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ବାରିପଦା ଟାଉନ କଂଗ୍ରେସ ସଭାପତି ଶାନ୍ତନୁ ପାଲ ଓ ସିପିଆଇ ଜିଲ୍ଲା ସଂପାଦକ ଜଗବନ୍ଧୁ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଗଣତନ୍ତ୍ରର ମନ୍ଦିର ସଂସଦ ଭବନ ରେ ସମ୍ବିଧାନ ପ୍ରଣେତା ଆମ୍ବେଦକର ପ୍ରତି ଅଶାଳୀନ ମନ୍ତବ୍ଯ ” ଅଭି ଏକ ଫେସନ ହୋ ଗେୟା ହେ, ଆମ୍ବେଦକର ଆମ୍ବେଦକର ଆମ୍ବେଦକର… ଇତନା ନାମ ଅଗର ଭଗବାନ କା ଲେତେ , ତୋ ସାତ ଜନ୍ମୋ ତକ ସ୍ବର୍ଗ ମିଲତା ” ଏପରି ଅପମାନଜନକ ଟିପ୍ପଣୀ କୁ ସମସ୍ତ ଦେଶବାସୀଙ୍କ ମନରେ ଉଦବେଗ ପ୍ରକାଶ ପାଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଙ୍କ ଏପରି ମନ୍ତବ୍ଯକୁ ମୟୁରଭଞ୍ଜ ଜିଲ୍ଲା INDIA ମେଣ୍ଟ ତରଫରୁ ଦୃଢ ନିନ୍ଦା କରିବା ସହ ତାଙ୍କର ଇସ୍ତଫା ଦାବି କରାଯାଇ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ବରିଷ୍ଠ ନେତା ଜ୍ୟୋତି ପ୍ରକାଶ ରଥ, ମହିଳା ସଭାନେତ୍ରୀ ସୁସ୍ମିତା ଘୋଷାଲ, ଇତିଶ୍ରୀ ମିଶ୍ର, ରଶ୍ମିତା ମିଶ୍ର, ପ୍ରଦୀପ ମିଶ୍ର, ୱାହିଦା ଅହମ୍ମଦ, ମୁରଲୀ ନାଏକ , ସିପିଆଇ ପକ୍ଷରୁ ଶ୍ରୀକାନ୍ତ ସାମଲ, କାହ୍ନୁଚରଣ ବେହେରା, ହୃଷିକେଶ ସାହୁ, ପରମେଶ୍ଵର ମହାନ୍ତ, ବୁଧୁରାମ ମହାନ୍ତ, ଗୁରୁଚରଣ ହାଁସଦା, ଗୁରୁବାରୀ ସିଂ, ସୁନ୍ଦରମଣି କାଳନ୍ଦି, ମହେଶ୍ବର ବେହେରା,ନିଦ୍ରାବତୀ ପାତ୍ର, ମଦନ ମହାନ୍ତ, କାହ୍ନୁ ପାତ୍ର, ଅକ୍ଷୟ ସାହୁ, ସିପିଏମ ପକ୍ଷରୁ ଜିଲ୍ଲା ସମ୍ପାଦକ ରବି ଗୋସ୍ଵାମୀ, ଅମଲ ଦେ, ରଘୁନାଥ ପଣ୍ଡା, ସେକ୍ ରିଜୁଆନ,କ୍ଷିତିଶ ସାସମଲ, ଅଶୋକ ଭଞ୍ଜଦେଓ, ସୁବାସ ତ୍ରିପାଠୀ,ଗଙ୍ଗାଧର ସାମଲ,ପାଂଗୁ ହେମ୍ବ୍ରମ ପ୍ରମୁଖ ଅଂଶଗ୍ରହଣ କରିଥିଲେ।