Img 20241222 Wa0253

ଜିଲ୍ଲାସ୍ତରୀୟ ଜାତୀୟ ଗଣିତ ଦିବସ ପାଳିତ

State

ବାରିପଦା:  ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଜାତୀୟ ଗଣିତ ଦିବସ, ୨୦୨୪ ପାଳନ ଉପଲକ୍ଷେ ବାରିପଦାସ୍ଥିତ ବଳାଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏକ ଗଣିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି l ଏହି ଅବସରରେ ଗଣିତଜ୍ଞ ଶ୍ରୀନିବାସ ରାମାନୁଜମ ଙ୍କ ସ୍ମୃତି ଚାରଣ କରାଯାଇଥିଲା l ଜିଲ୍ଲା ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ l

ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ କନିଷ୍ଠ ବର୍ଗରେ ବାରିପଦା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୁନାମୁହିଁ ର ସପ୍ତମ ଶ୍ରେଣୀ ଛାତ୍ରୀ ବର୍ଷାରାଣୀ ଦାଶ ,ବାରିପଦା ବ୍ଲକ ଅନ୍ତର୍ଗତ ମହେଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଧୁବନ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଧାନିମଣି ମାରାଣ୍ଡି ଓ ଉକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ମିନାକ୍ଷୀ ସୋରେନ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ଏବଂ ନବମ ଓ ଦଶମ ଶ୍ରେଣୀ ର ବରିଷ୍ଠ ବର୍ଗରେ ବେତନଟୀ ବ୍ଲକ ଅନ୍ତର୍ଗତ ମହାରାଜା ପୂର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, ବେତନଟୀ ର ଦଶମ ଶ୍ରେଣୀ ଛାତ୍ରୀ ଅଲିଭା ରାଉତ ,ବାରିପଦା ଅନ୍ତର୍ଗତ ଭଞ୍ଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ର ଅଭିନାଶ ବେହେରା ଓ ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ବନଦୁର୍ଗା ଉଚ୍ଚ ବିଦ୍ୟାଳୟ, ଇଟାମୁଣ୍ଡିଆ ର ନବମ ଶ୍ରେଣୀ ଛାତ୍ର ରିତେଶ ମହାନ୍ତ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l

ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ମାର୍ଗଦର୍ଶନ ରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଆୟୋଜକ ବିଦ୍ୟାଳୟ ର ଗଣିତ ଶିକ୍ଷକ ମନୋଜ ପରିଡା ଓ ବିଚାରକ ଭାବେ ଗଣିତ ଶିକ୍ଷକ ନୟନ ଗିରି ଓ ଶିକ୍ଷୟତ୍ରୀ ଅତସୀ କୁଣ୍ଡୁ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଗଣିତ ଶିକ୍ଷକ ଦୀପକ ରାମ, ବିଜ୍ଞାନ ଶିକ୍ଷକ ବ୍ରଜକିଶୋର ଜେନା , ଶିକ୍ଷକ ଅଂଶୁମାନ ପାଣିଗ୍ରାହୀ,ଗଣିତ ଶିକ୍ଷୟତ୍ରୀ ଜ୍ୟୋର୍ତିଦେବୀ, ଆୟୋଜକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l