ଭୁବନେଶ୍ବର: ‘କାହିଁକି ବନ୍ଦେ ଉତ୍କଳ ଜନନୀ ଗାଇବେ? ବନ୍ଦେ ଓଡିଶା ଜନନୀ ଗାଇଲେ ମୋର କିଛି ଆପତ୍ତି ନାହିଁ ।’ କିଛି ଏଭଳି କହି ଉତ୍କଳ ଏବଂ କୋଶଳ ଓ କଳିଙ୍ଗ ପ୍ରସଙ୍ଗ ଉଠାଇଥିବା ଜୟନାରାୟଣ ଏବେ ଏନେଇ ସ୍ପଷ୍ଟିକରଣ ଦେଇଛନ୍ତି । କହିଛନ୍ତି, ମୁଁ ବିଭାଜନ ନେଇ କୌଣସି କଥା କହିନାହିଁ । ମୁଁ କେବଳ ଯୁକ୍ତି କରିଛି, କାହିଁକି କେବଳ ଉତ୍କଳର ଜୟଗାନ ହେବ, ଆଉ କୋଶଳ ଏବଂ କଳିଙ୍ଗର ହେବ ନାହିଁ ବୋଲି… ।
ତେବେ ଏବେ ଓଡିଶାର ଗଠନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଶାସକ । ଶାସକ ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ଓଡିଶା ପ୍ରଦେଶର ଗଠନ ପ୍ରସଙ୍ଗ ଉଠାଇ, ଓଡିଶାକୁ ବିଭାଜନ କରବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ୟାକୁ ନେଇ ବିଧାନସଭାରେ ବି ହୋହଲ୍ଲା ଚଲାଇଛନ୍ତି ବିରୋଧୀ ।
ଯାହାକୁ ନେଇ ଆଜି ସ୍ପଷ୍ଟିକରଣ ରଖିଛନ୍ତି ଜୟନାରାୟଣ । ଜୟନାରାୟଣ କହିଛନ୍ତି, ମୁଁ ସ୍ପଷ୍ଟ କରୁଛି ଯେ ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟ ସଙ୍ଗୀତ ବୋଲି କିଛି ନାହିଁ । ରାଜ୍ୟ ସଙ୍ଗୀତ ରହିପାରିବନି କି ରାଜ୍ୟ ପତାକା ରହିପାରିବନି । କେନ୍ଦ୍ରର ଗୋଟିଏ ଜାତୀୟ ସଙ୍ଗୀତ, ଗୋଟିଏ ଜାତୀୟ ପତାକା । ଆଉ ଉତ୍କଳ, କଳିଙ୍ଗ, କୋଶଳ ମିଶିକି ଓଡ଼ିଶା ତିଆରି ହୋଇଥିଲା । ହେଲେ ବନ୍ଦେ ଉତ୍କଳ ଜନନୀରେ କେବଳ ଉତ୍କଳର ଜୟଗାନ ରହିଛି । ହେଲେ କଳିଙ୍ଗ ଏବଂ କୋଶଳର ନାହିଁ । ବନ୍ଦେ ଓଡିଶା ଜନନୀ ବୋଲୁ ନାହାନ୍ତି, ମୋର କିଛି ଆପତ୍ତି ନାହିଁ । ହେଲେ ଯେୁଁଠି ୩ଟି ଅଞ୍ଚଳ ନେଇ ଓଡିଶା ଗଠନ ହୋଇଛି, ସେଠି ଗୋଟିଏ ଅଞ୍ଚଳର ଜୟଗାନ ହୋଇ ଆଉ ୨ଟିକୁ ବାଦ୍ ଦିଆଯିବ, ଏହା ଗ୍ରହଣୀୟ ନୁହେଁ । ଓଡିଶଶର ବିକାଶ ସମସ୍ତ ଅଞ୍ଚଳର ବିକାଶକୁ ନେଇକି ହେବ । ତେଣୁ ଏମିତି ଏକ ଗୀତ ବାହାର କର, ଯେଉଁଥିରେ ୩୦ଟି ଜିଲ୍ଲା ପ୍ରତି ସମ୍ମାନ ଥିବ ବୋଲି ଦାବି କରିଛନ୍ତି ଜୟନାରାୟଣ ।