ବାରିପଦା : ଭାରତୀୟ ସଂସ୍କୃତିରେ ସନ୍ଥ ମାନଙ୍କର ସ୍ଥାନ ଅନନ୍ୟ । ସନ୍ଥ ସମାଜକୁ ସତମାର୍ଗ ଦେଖାଇଥାନ୍ତି ।ସୁସ୍ଥ ସମାଜ,ସୁସ୍ଥ ଜୀବନ,ଶାନ୍ତି ପାଇଁ ସନ୍ଥ ମାନଙ୍କ ଭୂମିକା ଓ ପ୍ରେୟଣା ଅନନ୍ୟ ।୧୯୨୪ ମସିହା ମାଘ ଶ୍ରୀପଞ୍ଚମୀ ସରସ୍ଵତୀ ପୂଜା ଦିନ ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାର ସାହାଗଞ୍ଜ ଥାନା ଅନ୍ତର୍ଗତ ସମୈୟା ଗ୍ରାମରେ ପିତା ବସନ୍ତରାଜ ମାତା ସହଦେଇଙ୍କ ଗର୍ଭରୁ ଆତ୍ମନିଷ୍ଠ ସ୍ବାମୀ ଗୈବାନନ୍ଦଜୀ ମହାରାଜ ପରମହଂସ ଦେବଙ୍କ ଜନ୍ମ ।୧୯୪୮ ମସିହା ଏକ ପକ୍ଷ ମଧ୍ୟରେ ମାତା ପିତାଙ୍କୁ ହରାଇ ନିଜର ସମସ୍ତ ସ୍ଥାବର ଓ ଅବସ୍ଥାର ସମ୍ପତ୍ତିକୁ ଶ୍ରୀନନ୍ ଗୋସ୍ବାମୀ ଆଶ୍ରମକୁ ଦାନ କରି ଗୈଵାନନ୍ଦ ସନ୍ନ୍ୟାସୀ ନାମ ଧାରଣ କରି ଗୃହତ୍ୟାଗ କରି ଆଧ୍ୟାତ୍ମିକ ମାର୍ଗ, ଜୀବେଦୟା,ସମାଜରୁ ଅନ୍ଧ ବିଶ୍ବାସ , କୁସଂସ୍କାର ବିରୋଧରେ ସତମାର୍ଗକୁ ଆପଣେଇ ସନ୍ନ୍ୟାସୀ ହୋଇଥିଲେ । ଚାରିଧାମ ସମେତ ଭାରତର କୋଣେ ଅନୁକୋଣେ ପଦବ୍ରଜରେ ଭ୍ରମଣ କରିଛନ୍ତି ।ଓଡ଼ିଶାରେ ଭୂଆନ୍ଦୋଳନ ନେତା ବିନୋବା ଭାବେଙ୍କ ସହ ମଧ୍ୟ ସଭୂ ଆନ୍ଦୋଳନରେ ଜଭୂମିହୀନଙ୍କ ପାଇଁ ସମାଜସେବାରେ ଝାସ ଦେଇଥିଲେ । ପ୍ରଥମେ ଓଡ଼ିଶାକୁ ୧୯୬୪ ମସିହାରେ ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ , ରାଇରଙ୍ଗପୁର, ବାଙ୍ଗିରିପୋଷି ,ବାରିପଦା ଅଂଚଳ ପଦବ୍ରଜ କରି ଫେରି ଯାଇଥିଲେ ।ପରେ ୧୯୭୮ ମସିହାରେ ପୁନଃ ତିରିଂ ଆସିଥିଲେ ।ଏଠାରେ ବଡଡାଳିମାରେ ରହଣି କରି ଅଂଚଳବାସୀଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଯିବା ପାଇଁ ପ୍ରେରଣା ଦେବା ସହ ଅହିଂସା ପଥ,ଜୀବ ହତ୍ୟା ନ କରି ଜୀବେ ଦୟା କରିବା ,ତୁଳସୀ ରାମାୟଣ ଶୁଣାଇବାରେ ଲିପ୍ତ ଥିଲେ । ଆଦିବାସୀ ମାନଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଯିବା ,ନିଶା ସେବନ ନ କରିବା,ଜୀବ ହତ୍ୟା ନ କରିବା, ବୃକ୍ଷ ରୋପଣ କରିବା,ପରିଵେଶ ସୁରକ୍ଷା କରିବା,ଭାଇଚାରା ଓ ସଦଭାବନା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଉଥିଲେ ।ତଦସହ ସମସ୍ତଙ୍କୁ ସତ ମାର୍ଗରେ ଯିବାପାଇଁ ଵଡଡାଳିମା ନିକଟସ୍ଥ ମାଙ୍କଡିହି ଗ୍ରାମ ସନ୍ନିକଟ ଲଣ୍ଡା ପର୍ବତରେ ପବିତ୍ର ପାଣ୍ଡୁ ପୂର୍ଣ୍ଣିମାରେ ତ୍ରୀଦିବସୀୟ ଯଜ୍ଞ, ରାମାୟଣ ଚର୍ଚା, ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ଆୟୋଜନକରିଥିଲେ ।ପ୍ରଥମ ଦିନ ପାହାଡ଼ ଉପରେ ମନ୍ଦିରରେ ପୂଜାର୍ଚ୍ଚନା କରିବା, ଜୀବଜନ୍ତୁ,ଵୃକ୍ଷଲତା ,ସମାଜର କଲ୍ୟାଣ ପାଇଁ ପୂଜାର୍ଚ୍ଚନା କରିବା,ଦିତୀୟ ଦିନ ପାହାଡ଼ ପରିକ୍ରମା କରିବା ଏବଂ ଅନ୍ତିମ ତୃତୀୟ ଦିନ ସନ୍ଥ ଭୋଜନ ମାନେ ସମସ୍ତେ ନର ଜଣେ ଜଣେ ଜଣେ ସନ୍ଥ ସମସ୍ତଙ୍କୁ ନିରାମିଷ ଭୋଜନରେ ଆପ୍ୟାୟିତ କରାଇ ଭକ୍ତି ମାର୍ଗରେ ଯିବା ପାଇଁ ବ୍ୟବସ୍ଥା କରିଥିଲେ ।
ଏଠାରେ ଶାନ୍ତି ନାମ ଆଶ୍ରମ ପ୍ରତିଷ୍ଠା କରିଥିଲେ ।ପ୍ରତିବର୍ଷ ପରି ପଣ୍ଡୁ ପୂର୍ଣ୍ଣିମାରେ ଦେଶର ବିଭିନ୍ନ ପ୍ରାନ୍ତରରୁ ତଥା ଝାଡ଼ଖଣ୍ଡ, ଜାମ୍ମୁକାଶ୍ମୀର, ଉତ୍ତରପ୍ରଦେଶ,ଗୁଜୁରାଟ, ମଧ୍ୟପ୍ରଦେଶ,ଗାଜିପୁର,ନୈନିତାଲ,ବୈଶାଳୀ ଓଡିଶାର ବିଭିନ୍ନ ପ୍ରାନ୍ତରୁ ତାଙ୍କର ଅନୁଗାମୀ ଭକ୍ତମାନେ ପ୍ରବଳ ଜାଡକୁ ଖାତିର ନ କରି ନିଜ ଗୁରୁଙ୍କୁ ଭକ୍ତିପୂତ ପ୍ରଣାମ ଜଣାଇବା ଓ ଆଶୀର୍ବାଦ ନେବାପାଇଁ ଛୁଟି ଆସନ୍ତି । ସନ୍ଥ ଗୈବାନନ୍ଦଙ୍କର ୧୯୯୬ ମସିହାରେ ଜୁନ ୨୬ ତାରିଖ ହରିଶୟନୀ ଏକାଦଶୀ ତିଥିରେ ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂଥାନା ଅନ୍ତର୍ଗତ ଵଡଡାଳିମା ପଞ୍ଚାୟତର ବାଘିଆକନ୍ଦା ଗ୍ରାମରେ ମହାପ୍ରୟାଣ ହୋଇଥିଲା ।ସେହି ଗୈବ ପର୍ବତର ପାଦ ଦେଶରେ ଦେଶର କୋଣେ ଅନୁକୋଣେ ଥିବା ତାଙ୍କ ଶିଷ୍ୟ ମାନଙ୍କ ଦ୍ବାରା ଶାନ୍ତିଧାମ ଆଶ୍ରମ,ବିଶ୍ରାମ କକ୍ଷ,ପର୍ବତରେ ୬୩୧ ଟି ପାହାଚ ଉପରେ ତାଙ୍କର ଭବ୍ୟ ସାଧନା ମନ୍ଦିର ଆକର୍ଷଣୀୟ ପରିବେଶ,ସୁନ୍ଦର ବନାନୀ,ବୃକ୍ଷ ରାଶି ସମସ୍ତଙ୍କୁ ଆକର୍ଷିତ କରୁଛି ।ନଣ୍ଡା ପାହାଢ ଏବେ ସବୁଜ ବନାନୀ ହୋଇ ଭାରତର ଏକ ପ୍ରସିଦ୍ଧ ଧାର୍ମିକ କ୍ଷେତ୍ରରେ ପରିଣତ ହୋଇଛି ।ଚଳିତବର୍ଷ ଏହି ପାଣ୍ଡୁ ପୂର୍ଣ୍ଣିମାରେ ୫୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସୁଅ ଛୁଟିଥିଲା ।ଏଠାରେ ବିଶେଷତ୍ଵ ଶେଷ ଦିନରେ ଗ୍ରାମବାସୀ, ଓ ସେବାଧାରୀ ପୁରୁଷ,ମହିଳା, ବୃଦ୍ଧ,ବୃଦ୍ଧା,ଛୁଆମାନେ ନିଜେ ଶ୍ରମଦାନ କରି ହାତ ରୋଷେଇ ଭଣ୍ଡାର କରି ୫୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କୁ ନିଃଶୁଳ୍କ ଅନ୍ନ ପ୍ରସାଦ ବଣ୍ଟନ କରିଛନ୍ତିି ଯାହାକି ଏକ ନିଆରା କାର୍ଯ୍ୟକ୍ରମ ।ସନ୍ଥ ଗୈଵାନନ୍ଦଙ୍କ ମହାପ୍ରୟାଣ ପରେ ତାଙ୍କ ପଟ୍ଟଶିଷ୍ଯା ପରମହଂସୀ ଗୁରୁମତୀ ସ୍ବାଧୀ ପୂର୍ଣ୍ଣମାତା ଏହି ଆଶ୍ରମର ଦାୟିତ୍ଵ ନିଭାଉଛନ୍ତି ।ସେ ତାଙ୍କର ଶିଷ୍ୟ ମାନଙ୍କୁ ଜୀବ ହତ୍ୟା,ହିଂସା,ଅସାମାଜିକ,ନିଶା ସେବନ,ଅନ୍ଧ ବିଶ୍ବାସ ଦୂରରେ ରହିବା,ଆଳସ୍ୟ ତ୍ୟାଗ କରିବା ଭଗବତ ମାର୍ଗରେ ଯିବା ପରାମର୍ଶ ଦିଅନ୍ତି ।ପ୍ରତ୍ଯେକ ପୂର୍ଣ୍ଣିମାରେ ସତସଙ୍ଗ, ସଂକୀର୍ତ୍ତନ,ରାମାୟଣ ଚର୍ଚା ଏହି ଆଶ୍ରମରେ କରାଯାଏ ।ତାଙ୍କରି ପ୍ରେରଣାରେ ବାଘିଆକୁନ୍ଦା ଗ୍ରାମର ଆଦିବାସୀ ପରିବାର ମାନେ ମାଛ,ମାଂସ ,ମାଦକ ଦ୍ରବ୍ୟ ତ୍ୟାଗ କରି ଏକ ସୁସ୍ଥ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରି ସମାଜରେ ନିଆରା ଛବି ସୃଷ୍ଟି କରିଛନ୍ତି । ସମଗ୍ର ଅଂଚଳ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ଏହି ପାଣ୍ଡୁ ପୂର୍ଣ୍ଣିମା କାର୍ଯ୍ୟକ୍ରମକୁ କମିଟିର ସଭାପତି ଉତ୍ତମ ମହାପାତ୍ର, ସମ୍ପାଦକ ଶ୍ରୀଧର ମହାପାତ୍ର, ସୁରେନ୍ଦ୍ର ମହାପାତ୍ର,ବିମଳ ମହାପାତ୍ର,ଭାସ୍କର ମହାପାତ୍ର,ନୟନ ପାଣିଗ୍ରାହୀ,ଗଣେଶ ବସା, ମନୋରଞ୍ଜନ ବିହାରୀ, ଜ୍ଞାନଚାନ୍ଦ ଟୁଡୁ ସମେତ ଅଚଂଳବାସୀ ଓ ବଦାନ୍ୟ ବ୍ୟକ୍ତି,ତିରିଂ ଥାନାଧିକାରୀ ପ୍ରଶାନ୍ତ ଜେନା ଓ ତାଙ୍କ କର୍ମଚାରୀ , ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ ।