କଟକ, ତା୧୫।୧୨ : ଗୋଡିସାହି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରୋଟାରୀ କ୍ଲବ ଅଫ୍ କଟକ ଗ୍ରେଟର ଓ ଭୂବନେଶ୍ଵର ସ୍ଥିତ ସମ୍ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏକ ନିଶୁଳ୍କ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆଖପାଖ ଅଂଚଳର ଜନସାଧାରଣମାନେ ଏଠାକୁ ଆସି ନିଜ ନିଜର ଦନ୍ତ ସମ୍ପନ୍ଧୀୟ ପରାମର୍ଶ ନେବା ସହିତ ଦାନ୍ତର ଫିଲିଂ, ସ୍କେଲିଂ ଏବଂ
ଅସୁରକ୍ଷୀତ ଦାନ୍ତ ଆଦିକୁ ଓପାଡି ଥିଲେ । ଏଥିସହିତ ରୋଗୀମାନଙ୍କୁ ବିନାମୂଲ୍ୟରେ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା ।
ଏହି ଶିବିରରେ ରୋଟାରୀର ସମ୍ପାଦକ ଡ. ସତ୍ୟପ୍ରିୟ ମହାନ୍ତି, ଆଇନଜୀବୀ ବିମ୍ବିସାର ଦାସ, ପ୍ରଫେସର ବି.ଏନ ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ ସମ୍ ହସ୍ପିଟାଲର ଦାନ୍ତ ବିଭାଗର ଏଚଓଡି ପ୍ରଫେସର ଡ. ଧର୍ମଶ୍ରୀ, ଡ. ଉପାସନା ମହାପାତ୍ର, ଡ. ଶୁଭ୍ର ସାହା, ଡ. ପ୍ରିତୀ ସାମନ୍ତ, ଡ. ବିଶ୍ୱରଞ୍ଜନ ସାହୁ, ଡ. ଶ୍ରୀନୀବାସ ମିଶ୍ର, ଡ. ଅଭିନାଶ ଦାସ, ଡ. ସରିଆ ସାହି, ଡ. ଆଲୋକ ବିଶ୍ବାଳ, ଡ. ଅଙ୍କିତ କୁମାର, ଡ. ଚେତନ, ଡ. କଲ୍ୟାଣୀ ସାମଲ, ଡ. ସୌମ୍ୟକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ଡ. ରିତିକ ରଞ୍ଜନ ଓଝା ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।