Ewr

ପୋଲିସର ସଫଳତା; ଧୋବାଧୋବଣୀ ଗ୍ରାମର ବହୁ ଚର୍ଚ୍ଚିତ ମାଞ୍ଜୁର ଶୁଣ୍ଡି ହତ୍ୟାକାଣ୍ଡର ପର୍ଦ୍ଦାଫାଶ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲା ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ଧୋବାଧୋବଣୀ ଗ୍ରାମରେ ୯/୧୨/୨୪ ତାରିଖ ସଂନ୍ଧ୍ୟାରେ ସେହି ଗ୍ରାମର ମାଂଞ୍ଜୁର ଶୁଣ୍ଡିର ରକ୍ତାକ୍ତ ମୃତଦେହ ପଡ଼ିଥିବା ନେଇ ୧୦/୧୨ ତାରିଖ ଦିନ ତିରିଂ ଥାନାରେ ମୃତ ମାଂଞ୍ଜୁର ଙ୍କ ପତ୍ନୀ ମାଳତି ଲିଖିତ ଅଭିଯୋଗ କରିଥିବା ନେଇ ଥାନାରେ ୧୭୮/୨୪ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ ଙ୍କ ନିର୍ଦ୍ଦେଶରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ,ଏସଡିପିଓ ଗୋକୁଳାନନ୍ଦ ସାହୁ ଏବଂ ତିରିଂ ଥାନାଧିକାରୀ ପ୍ରଶାନ୍ତ ଯେନା ତଦନ୍ତକୁ ଜୋରଦାର କରି ୫ ଦିନରେ ସଫଳତାକୁ ଛୁଇଁ ଘଟଣାର ପର୍ଦ୍ଧାଫାଶ କରିଛନ୍ତି । ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣୀ ନାୟକ ସୂଚନା ଦେଇଥିଲେ କି ଧୋବାଧୋବଣୀ ଗ୍ରାମର ମାଞ୍ଜୁର ଶୁଣ୍ଢି ସେହି ଗ୍ରାମର ଏକ ଟେଣ୍ଟ ବାଲା ପାଖରେ କାମ କରନ୍ତି ।ସେହି ଟେଣ୍ଟ ବାଲା ପାଖରେ ସେହି ଗ୍ରାମର ଦୁଲାଲ ହେମ୍ବ୍ରମ ଙ୍କ ପତ୍ନୀ ମଧ୍ୟ କାମ କରନ୍ତି ।ସେହିଠାରେ ମାଞ୍ଜୁର ଏବଂ ଦୁଲାଲର ପତ୍ନୀ ସହିତ ମିଳାମିଶା ସହ ଅଧିକ ଚୋରା ପିରତୀ ବଢ଼ି ଯାଇଥିଲା ।ପର ତିଅଣ ସୁଆଦ ଲାଗେ ଭଳି ଦିନକୁ ଦିନ ମାଂଞ୍ଜୁର ଓ ଦୁଲାଲର ସ୍ତ୍ରୀ ର ମିଳାମିଶା ବୃଦ୍ଧି ପାଇଲା ।ଦୁଲାଲ ନିଜ ସ୍ତ୍ରୀ ସହିତ ମାଂଞୁର ମିଳାମିଶା ସଂପର୍କ ନେଇ ମନ ଭିତରେ କୋହ ,ହିଂସା ଓ ପ୍ରତିଶୋଧ ପରାୟଣତା ବଢ଼ିବାକୁ ଲାଗିଲା ।ପ୍ରତିଶୋଧ ବହ୍ନି ତା’ର ହୃଦୟରେ ଜଳୁଥାଏ । ତାକୁ ନିଦ ହେଉ ନ ଥାଏ ।ସୁଯୋଗ ଖୋଜୁଥାଏ ପତ୍ନୀର ଚୋରା ପ୍ରେମିକ ମଂଞ୍ଜୁରକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାପାଇଁ । ୯/୧୨ ତାରିଖ ଦିନ ସଂଧ୍ୟାରେ ସେହି ସୁବର୍ଣ୍ଣ ପହଞ୍ଚିଥିଲା ।ମଂଞ୍ଜୁର କୁ ଏକୁଟିଆ ଯାଉଥିବା ଦେଖି ଦୁଲାଲ ନିଜର କ୍ରୋଧକୁ ସମ୍ଭାଳି ନ ପାରି ଏକ କାଠ ଫାଳିଆ ଧରି ଅତର୍କିତ ଭାବେ ପଛରୁ ମଂଞ୍ଜୁର ର ମଥାକୁ ବାଡେଇବା ଫଳରେ ମଂଞ୍ଜୁର ସେଠାରେ ଟଳି ପଡ଼ିଥିଲା । ତାହାପରେ ଆହୁରି ଦୁଇଥର ମଥାକୁ କଷି ଦେଇଥିଲା । ମରିଗଲା ଭାବି ତରବରିଆ ସିମାନ୍ତ ଝାଡ଼ଖଣ୍ଡକୁ ଖସି ପଳାଆଥିଲା ।ପୋଲିସ ସମସ୍ତ ତଥ୍ୟ ହାସଲ କରି ଦୁଲାଲକୁ ଗିରଫ କରି ପଚରା ପଚିରି କରୁଥିବାବେଳେ ଦୁଲାଲ କାନ୍ଦି କାନ୍ଦି ସମସ୍ତ ଘଟଣା ସ୍ଵିକାର କରିବା ସହ କେଉଁଠି ସେହି କାଠ ଫାଳିଆ ଓ ତାର ରକ୍ତାକ୍ତ ସାର୍ଟପେଣ୍ଟ ରଖିଥିଲା ସ୍ବିକାର କରିଥିଲା ।ପୋଲିସ ସମସ୍ତ ଜିନିଷ ଜବତ କରି ଦୁଲାଲକୁ କୋର୍ଟ ଚାଲାଣ କରିଛି ।ଖବର ଦାତା ସମ୍ମିଳନୀରେ ଏସଡିପିଓ ଗୋକୁଳାନନ୍ଦ ସାହୁ ,ତିରିଂ ଥାନାଧିକାରୀ ପ୍ରଶାନ୍ତ ମେଳା ଉପସ୍ଥିତ ଥିଲେ ।ଖୁଵ ଶିଘ୍ର ଧୋବାଧୋବଣୀ ଘଟଣା କେଶର ରାଇରଙ୍ଗପୁର ଜିଲ୍ଲା ପୋଲିସ ଆସାମୀ ଗିରଫ କରିଥିବାରୁ ଜନସାଧାରଣଙ୍କ ମଧ୍ୟରେ ପୋଲିସକୁ ପ୍ରଶଂସା କରାଯାଇଛି ।