ବାରିପଦା : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଜନଜାତୀୟ କ୍ଷୁଦ୍ର ଫିଲ୍ମ ଓ ଥିଏଟର ଏବଂ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ଦିଲ୍ଲୀ ଆନୁକୂଲ୍ୟରେ “ଆଦି ବିଦ୍ରୋହୀ ତିଳକା ମାଝୀ” ନାଟକ ମଞ୍ଚସ୍ଥ ହୋଇଯାଇଛି I ଶେଖ ଖଇରୁଦ୍ଦିନଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ଏହି ନାଟକଟିକୁ ଲେଖିବା ପୂର୍ବରୁ ସେ ୧୨ ବର୍ଷ ଧରି ଗବେଷଣା କରିଥିଲେ I ଏହି ନାଟଜରେ ୪ ଟି ଯଥା ସାନ୍ତାଳୀ, ହିନ୍ଦି, ଓଡ଼ିଆ ଓ ଇଂରାଜୀ ଭାଷାର ପ୍ରୟୋଗ କରାଯାଇଛି I ବିଶେଷ କରି ସାନ୍ତାଳୀ ଭାଷାର ପ୍ରୟୋଗ ଉଲ୍ଲେଖନୀୟ ଯାହାକି ଦର୍ଶକଙ୍କ ପାଇଁ ଏକ ନୂଆ ଅନୁଭୂତି ଥିଲା I କଳାକାର ସୋମନାଥ ସିଂହ, ଆଲୋକ ବାରିକ, ରମେଶ ହେମ୍ବ୍ରମ, ରାଜେଶ ଦାଶ, ଶ୍ୟାମସୁନ୍ଦର ମୁର୍ମୁ , ସଗୁନ ସିଙ୍ଗଲ, ସସ୍ମିତା ଟୁଡୁ, ପାର୍ବତୀ ମୁର୍ମୁ, ଦାଶରାମ ଟୁଡୁ, ଦୀପକ ସିଂ ବାରି, ଶର୍ମିଷ୍ଠା ପଣ୍ଡା, ଯଖେନ୍ଦ୍ର ହେମ୍ବ୍ରମ ଙ୍କ ଅଭିନୟ ଏତେ ଜୀବନ୍ତ ଥିଲାଯେ ଦର୍ଶକ ଇତିହାସର ଏହି କାହିଣୀକୁ ଦେଖି ଚକିତ ହୋଇଯାଇଥିଲେ I ପ୍ରକାଶ ଥାଉକି ଭାରତର ସ୍ୱାଧୀନତା ସଂଗ୍ରାମରେ ତିଳକା ମାଝୀଙ୍କ ବଳିଦାନ ଉପରେ ଆଧାରିତ ଏହି ନାଟକ ତତ୍କାଳୀନ ବ୍ରିଟିଶ ଶାସନ ଓ ଜମିଦାରୀ ପ୍ରଥା ବିରୁଦ୍ଧରେ ହୋଇଥିବା ଆନ୍ଦୋଳନ ସମସ୍ତଙ୍କୁ ବିମୋହିତ କରିଥିଲା I