ପୁରୀ : ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ପ୍ରଥମେ ଆରମ୍ଭ ହେବ ଭିତର ରତ୍ନଭଣ୍ଡାର କାମ । ପରେ ମରାମତି ହେବ ବାହାର ରତ୍ନଭଣ୍ଡାର । SOP ଅନୁସାରେ ମରାମତି କାର୍ଯ୍ୟ ଚାଲିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ନୀତିନିର୍ଘଣ୍ଟ ଅନୁସାରେ ରାତି ୨ଟାରୁ ଦ୍ୱାର ଫିଟାଯିବ। ଦ୍ୱିପହର ଧୂପ ସରିବା ପରେ ପ୍ରାୟ ପାଞ୍ଚଘଣ୍ଟା ଧରି ମରାମତି କାର୍ଯ୍ୟ କରାଯିବ। ତେବେ ଜିପିଆର ସର୍ଭେରେ ଚିହ୍ନଟ ହୋଇଥିବା ରତ୍ନଭଣ୍ଡାରର କାନ୍ଥ ଏବଂ ଚଟାଣରେ ମରାମତି କରାଯିବ । ବିଶେଷକରି ମରାମତି ସମୟରେ ବିଭିନ୍ନ ପ୍ରକାର ରାସାୟନିକ ସାମଗ୍ରୀ ବ୍ଯବହାର କରାଯିବ । ଶୃଙ୍ଖଳିତ ଦର୍ଶନ ସହ ନୀତିକାନ୍ତିକୁ ଗୁରୁତ୍ବ ଦେଇ କାମ ଚାଲିବ।
ଦିଲ୍ଲୀରୁ ବରିଷ୍ଠ ଏଏସଆଇ ଅଧିକାରୀ କାର୍ଯ୍ୟର ମନିଟରିଂ କରିବେ । ମରାମତି ସମୟରେ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଏବଂ asi ର ସ୍ୱତନ୍ତ୍ର ଟିମ ଉପସ୍ଥିତ ରହି କାର୍ଯ୍ୟ କରିବେ । ଦିଲ୍ଲୀରୁ ବରିଷ୍ଠ ଏଏସଆଇ ଅଧିକାରୀ କାର୍ଯ୍ୟର ମନିଟରିଂ କରିବେ । ରତ୍ନଭଣ୍ଡାର ମରାମତି ସମୟରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବାହାର କାଠ ନିକଟରୁ କରାଯିବ । ରତ୍ନଭଣ୍ଡାର ମରାମତି ସମୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଶ୍ରୀମନ୍ଦିର ଚାରି ଦ୍ଵାର ଏବଂ ରତ୍ନଭଣ୍ଡାର ବାହାରେ ପୋଲିସ ଅଧିକାରୀ ରହିବେ । ଶୃଙ୍ଖଳିତ ଦର୍ଶନ କରିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୁରୀ ଏସପି, ଏଏସଆଇ ଅଧିକାରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।