ବାରିପଦା : ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଗିଦିଘାଟୀ ଛକ ସ୍ଥିତ ହୀରା କମ୍ପେକ୍ସ ପରିସରରେ ଅନ୍ତରାଷ୍ଟ୍ରୀୟ ମାବଧିକାର ରକ୍ଷକ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ମାନବଧିକାର ଦିବସ ପାଳିତ ହୋଇ ଯାଇଛି। ଅନ୍ତର୍ଜାତୀୟ ମାନବଧିକାର ରକ୍ଷକ ସଂଗଠନର ବହଳଦା ବ୍ଲକ ବୋର୍ଡ ସଭାପତି ପିତାମ୍ବର ମୁର୍ମୁଙ୍କ ସଭାପତିତ୍ବ ଏବଂ ସମ୍ପାଦକ ରାଜକୁମାର ପାତ୍ରଙ୍କ ମାର୍ଗଦର୍ଶନରେ ପାଳିତ ହୋଇଯାଇଥିବା ଏହି ଅନ୍ତର୍ଜାତୀୟ ମାନବଧିକାର ଦିବସ କାର୍ଯ୍ୟକ୍ରମରେ ଅତିଥୀ ଭାବେ ବରିଷ୍ଠ ସାମ୍ବାଦିକ ତଥା ବାବାତିଲକା ଲାଇବ୍ରେରୀ ପ୍ରତିଷ୍ଠାତା ରାମଦାସ ମୁର୍ମୁ, ସାମାଜିକ କର୍ମୀ ପ୍ରଭାକର ଦାସ, ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମଙ୍ଗଲ ମାର୍ଣ୍ଡି, ହରିଶ୍ଚନ୍ଦ୍ର ହାଁସଦାଃ, କବିରାଜ ଜଗଦିଶ ଦିଗାର, ସାମ୍ବାଦିକ ବସନ୍ତ ସାଣ୍ଡିଲ ଏବଂ ସମାଜ ସେବୀ ଜଗନ୍ନାଥ ବିନ୍ଧାଣି ପ୍ରମୁଖଙ୍କ ସହିତ ଅନ୍ୟମାନେ ଉପସ୍ଥିିତ ରହିଥିଲେ। ଏହି ଅବସରରେ ଅତିଥୀମାନଙ୍କ ଦ୍ବାରା ଦୀପ ପ୍ରଜ୍ବଳନ କରାଯିବା ପରେ କେକ୍ କଟାଯାଇ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଅତିଥୀ ମାନେ ବିଶ୍ବ ମାନବଧିକାର ଦିବସ ପାଳନ ଅବସରରେ ଅଞ୍ଚଳରେ ବସବାସ କରୁଥିବା ଜନ ସାଧାରଣ’ଙ୍କ ମଧ୍ୟରୁ ଯେପରି କେହି ମୌଳିକ ଅଧିକାରରୁ ବଞ୍ଚିତ ନ ହୁଅନ୍ତୁ, ଶୋଷଣ ର ଶିକାର ନ ହୁଅନ୍ତୁ, ଧାର୍ମିକ ଭାବନାର ସୂରକ୍ଷା ଓ ଜାତୀଆଣ ଆକ୍ଷେପ, ସ୍ବାଧିନତା, ସମାନ ଶିକ୍ଷା ବ୍ୟବସ୍ଥା ଓ ଶୋଷଣ ବିରୁଦ୍ଧରେ ନ୍ୟାୟ ପାଇଁ ପ୍ରକ୍ରିୟା ପ୍ରତି ମାନବଧିକାର ସଂଗଠନ ଓ ମାନବଧିକାର ରକ୍ଷକ ସଦସ୍ୟ’ଙ୍କ ବିଶେଷ ଭୂମିକା ରହିଛି। କେହି ଯେପରି ସମାନତା, ମୌଳିକ ଅଧିକାର ଓ ନ୍ୟାୟରୁ ବଞ୍ଚିତ ନହୁନ୍ତୁ ସେନେଇ ମାବବଧିକାର କର୍ମୀ ମାନେ ଦକ୍ଷତାର ସହିତ ନିର୍ଭିକ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ମତାମତ ରଖିଥିଲେ। କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ମାନବଧିକାର ରକ୍ଷକ ସଂଗଠନର ଯଶିପୁର ଗ୍ରାମପଞ୍ଚାୟତ ବୋର୍ଡ ସଭାପତି କାହ୍ନୁ ଚରଣ ସୋରେନ୍, ଭିତରାମଦା ଗ୍ରାମପଞ୍ଚାୟତ ବୋର୍ଡ ସଭାପତି ରାମସ୍ବରୁପ ଦେବଦତ୍ତ ଟୁଡୁ ଏବଂ ଗିଦିଘାଟୀ ଗ୍ରାମପଞ୍ଚାୟତ ବୋର୍ଡ ସଭାପତି ମୋହନ ମାହାଲି ପ୍ରମୁଖ ଉପସ୍ଥିତ ରହିଥିଲେ। ଦେବାଶିଷ ବେହେରା ଓ ଡୁଗୁ ମାହାଲି କାର୍ଯକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।