Hhh

ମୁକ୍ତିଲାଭ କଲା ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନୀ ଗୀତ

Politics State

ଭୁବନେଶ୍ବର/ସମ୍ବଲପୁର: ସାରା ରାଜ୍ୟରେ ଏବେ ନିର୍ବାଚନୀ ପ୍ରଚାର ଜୋରଦାର ହୋଇଛି । ଏହି ପ୍ରଚାରରେ ସବୁଠାରୁ ଆଗରେ ରହିଛି ସମ୍ବଲପୁର ଲୋକସଭା ଆସନ । ସମ୍ବଲପୁର ନିର୍ବାଚନ ପାଇଁ ମୁକ୍ତିଲାଭ କଲା ସୁପରହିଟ ଗୀତ । ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ସମ୍ବଲପୁରୀ ଗୀତ ମାଧ୍ୟମରେ ଅପିଲ । ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ଗାୟକ ରୁକୁ ସୁନାଙ୍କ କଣ୍ଠରେ ଏହି ଗୀତ ଭୋଟରଙ୍କ ସହ ସମଗ୍ର ସମ୍ବଲପୁର ଜନସାଧାରଣଙ୍କ ମନ ଜିତି ପାରୁଛି । ସ୍ମୃତି ସାମନ୍ତରାୟ (ରାନା) ଏହି ଗୀତକୁ ପ୍ରସ୍ତୁତ କରିଛନ୍ତି । ରିଲିଜ ହେଉ ହେଉ ଏହି ନିର୍ବାଚନୀ ଗୀତ ଏବେ ସମ୍ବଲପୁର ସଂସଦୀୟ କ୍ଷେତ୍ର ସହ ପୁରା ପଶ୍ଚିମ ଓଡ଼ିଶାର ଛୁଆ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣୁ ହେଉଥିବା ଦେଖିବାକୁ ମିଳୁଛି । ନିଛକ ସମ୍ବଲପୁରୀ ଭାଷା, ଫ୍ୟୁଜନ ମ୍ୟୁଜିକ ସହ ପ୍ରସିଦ୍ଧ ରଙ୍ଗବତୀ ଗୀତର ଝଲକ ଏହି ଗୀତରେ ସ୍ପଷ୍ଟ ବାରିହେଉଛି । ଏହି ଗୀତଟି ଏବେ ସାରା ରାଜ୍ୟରେ ଚହଳ ପକାଇଛି ।

 

ଅଧିକ ପଢ଼ନ୍ତୁ