Img 20241210 Wa0193

ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି

State
  • ଗୌରବ ଦିବସରେ ଶିଶୁଉଦ୍ୟାନ ରେ ହେବ ଦିବସ ବ୍ୟାପୀ କାର୍ଯ୍ୟକ୍ରମ

ବାରିପଦା  : ପ୍ରାତଃସ୍ମରଣୀୟ ମୟୂରଭଞ୍ଜର ମହାରାଜା ତଥା ନଵୋଉତ୍କଳର ନବ ନିର୍ମାତା ଶ୍ରୀରାମଚନ୍ଦ୍ରଙ୍କ ଜୟନ୍ତୀ ପାଳନ ନିମନ୍ତେ ଆମେ ମୟୂରଭଞ୍ଜିଆ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ପୌରପରିଷଦ ଯାତ୍ରୀ ନିବାସ ରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା 17 ରେ ହେବାକୁଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ 153ତମ ଜୟନ୍ତୀ ଉତ୍ସବ କୁ ପ୍ରତିବର୍ଷ ପରି ଗୌରବ ଦିବସ ଭାବେ ମହା ସମାରୋହ ରେ ପାଳନ ପାଇଁ ନିଷ୍ପତ୍ତି ହୋଇଛି l ଏହି ଅବସରରେ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ପକ୍ଷରୁ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଚିତ୍ରାଙ୍କନ, ମୁରୁଜ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ବେଳେ ମହିଳା ମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହେବ l ଦିବସ ବ୍ୟାପୀ ସ୍ଥାନୀୟ ଶିଶୁ ଉଦ୍ୟାନ ରେ ଥିବା ଐତିହାସିକ ବ୍ୟାଣ୍ଡ ଷ୍ଟାଣ୍ଡ ରେ ମହାରାଜା ଶ୍ରୀରାମ ଚନ୍ଦ୍ର ଙ୍କ ଉପରେ ଆଲୋଚନା ଚକ୍ର ସହିତ ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଵାକୁ ସ୍ଥିର ହୋଇଛି l ଏଥି ସହିତ ଅପରାହ୍ନରେ ଶୁଭଶଙ୍ଖ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଅନନ୍ୟ ମୋ ମୟୂରଭଞ୍ଜ ଶୀର୍ଷକ ରେ ଏକ କବିତା ପାଠଉତ୍ସବ ର ଆୟୋଜନ କରାଯାଇଛି l ଆମେ ମୟୂରଭଞ୍ଜିଆ ର ପ୍ରତିଷ୍ଠାତା ସଞ୍ଜୟ କୁମାର ଚୌଧୁରୀ ଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବିଶିଷ୍ଟ କ୍ରୀଡ଼ା ପ୍ରଶାସକ କୁମାର ରଞ୍ଜନ ପଣ୍ଡା ସଭାପତିତ୍ୱ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଡ଼ଃ ତରୁଣ କୁମାର ଓଝା, ଇଂ ସୁନୀଲ କୁମାର ପ୍ରଧାନ, ଶିକ୍ଷାବିତ କୋମଳ ଲୋଚନ ମହାକୁଡ଼, ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, କଳା ଶିକ୍ଷୟିତ୍ରୀ ପ୍ରଣତି ପଟ୍ଟନାୟକ, ସମାଜସେବୀ ସାଇ ପ୍ରକାଶ ମହାନ୍ତି ପ୍ରମୁଖ ଯୋଗ ଦେଇ ଗୌରବ ଦିବସ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସଂକଳ୍ପ ନେଇଥିଲେ l