Rain

୬ ଯାଏଁ ହାଲୁକା ବର୍ଷିବ, ଶୀତ କମିବ

State

ଭୁବନେଶ୍ବର: ବାତ୍ୟା ଫେଙ୍ଗାଲ ପ୍ରଭାବରେ ବଙ୍ଗୋପସାଗରରୁ ପବନ ଉପକୂଳ ମୁହାଁଇଥିବା ବେଳେ ଏବେ ଏହାର ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି । ଗତ ୨୪ ୨୪ ଘଣ୍ଟା ଭିତରେ ମୋଟ ୮ ଜିଲ୍ଲାରେ କାଭାଁ ବର୍ଷା ହୋଇଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାଗୁଡ଼ିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ନେଇ ଆକଳନ କରଇଛି ପାଣିପାଗ ବିଭାଗ ।

ଆସନ୍ତାକାଲି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ହାଲକା ବର୍ଷିବା ସହିତ ୫ ତାରିଖରେ ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ୬ ତାରିଖରେ ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାଗୁଡ଼ିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ପାଗ ପ୍ରାୟତଃ ଶୁଖିଲା ରହିବ ।

ଏଥିସହିତ ଗତ ୨୪ ଘଣ୍ଟାରେ ଗଞ୍ଜାମର ପାତ୍ରପୁରରେ ସର୍ବାଧିକ ୪୨.୪ ମି.ମି., ଚିକିଟିରେ ୨୭.୨ ମି.ମି., ଗଜପତି ଜିଲା ଗୋସାଣିରେ ୨୭ ମି.ମି., ଝାରସୁଗୁଡ଼ାର ଲଇକେରାରେ ୨୨.୪ ମି.ମି ବର୍ଷା ହୋଇଛି । ବର୍ଷା ପ୍ରଭାବରେ ରାଜ୍ୟରେ ଶୀତ କମିଥିବାବେଳେ ଆସନ୍ତା ୪-୫ ଦିନ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଗତକାଲି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ ୧୨.୫ ଡିଗ୍ରୀ ରେକର୍ଡ଼ ହୋଇଥିଲା। ନୟାଗଡ଼ରେ ୧୪, ଭୁବନେଶ୍ବରରେ ୨୦.୬ ଏବଂ କଟକରେ ୧୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି।