ବାରିପଦା: ଆଜି ବୁଧବାର ଭାରତ ର ନୈାସେନା ଦିବସ । ଏହି ଅବସରରେ ଆଜି ପୁରୀ ସମୁଦ୍ର ରେ ନୈାସେନା ପକ୍ଷରୁ ଏକ ବାନ୍ନାଢ୍ୟ ପରିବେଶ ମଧ୍ୟରେ ପାଳିତ ହୋଇଛି ଏହି ଦିବସ । ମାତ୍ର ଆଜି ପୂର୍ବାହ୍ନ ପାଖାପାଖି ୧୧.୩୦ ମିନିଟ ସମୟରେ ମୟୁରଭଞ ଜିଲା ମୋରଡା ବ୍ଲକ ର ଧାନ ବିଲ ମଧ୍ୟରେ ଏକ ନୈାସେନାର ହେଲିକେପ୍ଟର ଜରୁରୀ ଅବତରଣ କରିଥିଲା । ଏହି ସମୟରେ ଧାନ ବିଲ ମଧ୍ୟରେ ଧାନ କାଟୁଥିବା ଲୋକମାନେ ଭ୍ୟଭୀତ ହୋଇପଡିଥିଲେ । ପ୍ରଥମେ ହେଲିକେପ୍ଟର ଟି କିଛି ସମୟ ଧରି ଏହି ବିଲ ଉପରେ ଉଡାଣ ଭରିଥିଲା । ଏହା ପରେ ଏକ ଫାଙ୍କା ବିଲ ଭିତରେ ଅବତରଣ କରିଥିଲା । ହଠାତ ହେଲିକେପ୍ଟରଟିର ଜରୁରୀ ଅବତରଣ କରିବା ର କାରଣ ଜଣାପଡିନଥିଲେ ମଧ୍ୟ ଯାନ୍ତ୍ରୀକ ତୃଟି ପାଇଁ ଏହା ଅବତରଣ କରିଅଛି ବୋଲି ଅନୁମାନ କରାଯାଉଅଛି । ହେଲିକେପ୍ଟର ଦେଖିବା ପାଇଁ ସେଠାରେ ଅନେକଲୋକ ଭଡ ଜମାଇଥିଲେ । ମାତ୍ର କାହାରିକୁ ପାଖକୁ ଯିବାପାଇଁ ପାଇଲଟମାନେ ମନାକରିଥିଲେ । ହେଲିକେପ୍ଟର ଟି ଷ୍ଟାର୍ଟ ରେ ପାଖାପଖି ଅଧାଘଣ୍ଟା ରହିବା ପରେ ପୁଣି ଉଡାଣ ଭରିଥିଲା । ହେଲିକେପ୍ଟର ଭତରୁ ଦୁଇଜଣ ପାଇଲଟ ବାହାରି କିଛି ସମୟ ଧରି ତଳକୁ ଆସି କିଛି ଯାନ୍ତ୍ରୀକ ତୃଟି କୁ ସଜାଡିବା ପରେ ପୁଣି ହେଲିକେପ୍ଟରଟି ସେଠାରୁ ଉଡାଣ ଭର୍ିଥିଲା ।