ବାରିପଦା: ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଗଠନ, ଭୂବନେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ୧୭ ବର୍ଷରୁ କମ ଉଭୟ ବାଳକବାଳିକା ବର୍ଗର ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରିକେଟ ପ୍ରତିଯୋଗିତା ର ତୃତୀୟ ଦିବସ ରେ ଛଅ ଗୋଟି ଖେଳ ପଡିଆରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି I ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଷ୍ଟାଡିୟମର ଏକ ନମ୍ବର ଖେଳ ପଡିଆ ରେ ଅନୁଷ୍ଠିତ ବାଳକ ବିଭାଗର ପ୍ରଥମ ମ୍ୟାଚରେ ସମ୍ବଲପୁର ଟିମ ଖୋର୍ଦ୍ଧାକୁ, ଦ୍ଵିତୀୟ ମ୍ୟାଚରେ ଗଜପତି ଟିମ ଝାରସୁଗୁଡାକୁ ଓ଼ ତୃତୀୟ ମ୍ୟାଚରେ ସମ୍ବଲପୁର ଟିମ କଳାହାଣ୍ଡିକୁ ପରାସ୍ତ କରିଥିଲା l ଉକ୍ତ ଷ୍ଟାଡିୟମର ଦୁଇ ନମ୍ବର ଖେଳ ପଡିଆରେ ଅନୁଷ୍ଠିତ ବାଳକ ବିଭାଗରେ ଜଗତସିଂହପୁର ଟିମ ସୋନପୁରକୁ, ଦ୍ଵିତୀୟ ମ୍ୟାଚରେ ବାଲେଶ୍ୱର ଟିମ କନ୍ଧମାଳକୁ ପରାସ୍ତ କରିଥିଲା l ଏ. ପି. ଜେ. ଆବଦୁଲ କଲାମ ପଡିଆର ଅନୁଷ୍ଠିତ ବାଳକ ବିଭାଗର ପ୍ରଥମ ମ୍ୟାଚରେ ବରଗଡ଼ ଟିମ ଅନୁଗୁଳ କୁ, ଦ୍ଵିତୀୟ ମ୍ୟାଚରେ ନବରଙ୍ଗପୁର ଟିମ କଟକକୁ ଓ଼ ତୃତୀୟ ମ୍ୟାଚରେ ପୁରୀ ଟିମ ବୌଦ୍ଧ କୁ ପରାସ୍ତ କରିଥିଲା l ମଧୁବନ ମିନି ଷ୍ଟାଡିୟମରେ ଅନୁଷ୍ଠିତ ବାଳକ ବିଭାଗର ପ୍ରଥମ ମ୍ୟାଚରେ କେନ୍ଦୁଝର ଟିମ ବୌଦ୍ଧକୁ, ଦ୍ଵିତୀୟ ମ୍ୟାଚ ରେ ଯାଜପୁର ଟିମ ରାୟଗଡାକୁ ଓ଼ ତୃତୀୟ ମ୍ୟାଚ ରେ ମୟୂରଭଞ୍ଜ ଟିମ ଭୂବନେଶ୍ୱରକୁ ପରାସ୍ତ କରିଥିଲା I ଷ୍ଟେସନବଜାର ଖେଳପଡିଆ ରେ ଅନୁଷ୍ଠିତ ବାଳିକା ବିଭାଗରେ ପ୍ରଥମ ମ୍ୟାଚ ମୟୂରଭଞ୍ଜ ଟିମ ବାଲେଶ୍ୱରକୁ, ଦ୍ଵିତୀୟ ମ୍ୟାଚ ରେ ଭୂବନେଶ୍ୱର ଟିମ ନୂଆପଡାକୁ, ତୃତୀୟ ମ୍ୟାଚରେ କଟକ ଟିମ ସମ୍ବଲପୁର କୁ ଓ଼ ଚତୁର୍ଥ ମ୍ୟାଚରେ ନବରଙ୍ଗପୁର ଟିମ ଜଗତସିଂହପୁରକୁ ପରାସ୍ତ କରିଥିଲା l ଲେଟ କ୍ୟାଟ ଖେଳପଡିଆରେ ଅନୁଷ୍ଠିତ ବାଳିକା ବିଭାଗ ର ପ୍ରଥମ ମ୍ୟାଚ ରେ ଢେଙ୍କାନାଳ ଟିମ କେନ୍ଦ୍ରାପଡ଼ାକୁ, ଦ୍ଵିତୀୟ ମ୍ୟାଚରେ ଭଦ୍ରକ ଟିମ ନୂଆପଡା କୁ ପରାସ୍ତ କରିଛି ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଓ଼ ଦୀପକ ରାମ ଜଣାଇଛନ୍ତି I