Screenshot 2024 11 29 110127 750x430

ଦେଶରେ ମଡେଲ ହେବ ଓଡିଶା ଅଗ୍ନିଶମ ବିଭାଗ

State

ଭୁବନେଶ୍ବର: ଏଣିକି ଅଗ୍ନିଶମ ବିଭାଗରେ ମହିଳାଙ୍କୁ ମିଳିବ ନିଯୁକ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି ସବୁଜ ସଙ୍କେତ। ଅଗ୍ନିଶମ ବିଭାଗରେ ଫାୟାରମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ ନିଯୁକ୍ତି ମେଳାରେ ଘୋଷଣା କରିଛନ୍ତି। ରାଜ୍ୟସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।

ମୋଟ ୮୨୬ ଜଣ ଆଗ୍ନିକ ଓ ୧୧୫ ଆଗ୍ନିକ ଗାଡିଚାଳକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଗୋଟିଏ ଦିନରେ ବିଭାଗର ସମସ୍ତ ପଦବୀ ସଂଖ୍ୟାର ୨୨% ପୂରଣ କରାଯାଇଛି। ନୂତନ ଅଗ୍ନିଯୋଦ୍ଧାଙ୍କ ଯୋଗଦାନ ଦ୍ଵାରା ସରକାର ଏବଂ ଏହି ବିଭାଗର ଶକ୍ତି ବୃଦ୍ଧି ପାଇବ। ଏହାଦ୍ବାରା ଆଗାମୀ ଦିନରେ ଆବଶ୍ୟକ ସମୟରେ ଜରୁରୀକାଳୀନ ସେବା ଯୋଗାଇଦେବା ପାଇଁ ଅଧିକ ଦକ୍ଷତାର ସହିତ ବିଭାଗ କାର୍ଯ୍ୟ କରିବ। ଏଥିସହିତ ଲୋକଙ୍କ ଧନ ଜୀବନ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ଅଗ୍ନିଶମ ବିଭାଗର ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଆଗକୁ ଓଡିଶା ଅଗ୍ନିଶମ ବିଭାଗ ଦେଶରେ ଏକ ମଡେଲ ହେବ । ସାରା ଦେଶରେ ଏକ ମଡେଲ ସଂଗଠନ ଭାବେ ବିବେଚନା କରାଯାଉଛି । ରାଜ୍ୟ ସରକାର ଅଗ୍ନିଶମ ବାହିନୀକୁ ‘ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫’ ଅନୁଯାୟୀ ପ୍ରଥମ ରେସପଣ୍ଡର ଭାବେ ଘୋଷଣା କରିଛନ୍ତି । ଯେଭଳି ପ୍ରକାର ବିପର୍ଯ୍ୟୟ ଅଥବା ଦୁର୍ଘଟଣା ଯୋଗୁଁ ଜନସାଧାରଣଙ୍କ ବହୁମୂଲ୍ୟ ଜୀବନ ବଞ୍ଚାଇବାକୁ ଅଗ୍ନିଶମ ବାହିନୀ ଅହରହ କାର୍ଯ୍ୟ କରୁଛି । ପ୍ରତ୍ୟେକ ଦିନ ସେମାନେ ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ଜୀବନ ବଞ୍ଚାଉଛନ୍ତି । ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ସମୟରେ ଅଗ୍ନିଯୋଦ୍ଧାମାନେ ଦୁଃସାହସିକତାର ପରିଚୟ ଦେଇଥିଲେ । ଆମ ରାଜ୍ୟରେ ବର୍ତ୍ତମାନ ୩୪୬ଟି ଦମକଳ କେନ୍ଦ୍ର ଅଛି । ଅଗ୍ନିଶମ କେନ୍ଦ୍ରଗୁଡିକ ତୃଣମୂଳ ସ୍ତରରେ ଜୀବନ ରକ୍ଷା ପାଇଁ ସଦା ପ୍ରସ୍ତୁତ ରହି ତ୍ୱରିତ ସହାୟତା ଯୋଗାଉଛନ୍ତି ।

ସେହିପରି ସମ୍ପୂର୍ଣ୍ଣ ପଦବୀ ସଂଖ୍ୟାର ୨୨ ଭାଗ ଗୋଟିଏ ଦିନରେ ପଦବୀ ପୂରଣ ହୋଇଛି । ତେବେ ୯୪୧ ଜଣ ନୂଆ ଅଗ୍ନିଯୋଦ୍ଧାଙ୍କ ଯୋଗଦାନ ବିଭାଗକୁ ସୁଦୃଢ କରିବ ଏବଂ ବିଭାଗ ଲୋକଙ୍କ ଧନଜୀବନ ସୁରକ୍ଷା କରିବା ପାଇଁ ଅଧିକ ସକ୍ଷମ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି। ସାମ୍ପ୍ରତିକ ଯୋଜନା ହେଉଛି ଫାୟାରମ୍ୟାନ୍‌ର ନୂତନ ନାମକରଣ କରିବା, ଯାହା ଲିଙ୍ଗଗତ ପକ୍ଷପାତିତ ନାମକରଣକୁ ନିରପେକ୍ଷ ଭାବେ ବୁଝାଇବ। ଫାୟାରମ୍ୟାନ ପରିବର୍ତ୍ତେ ଅଗ୍ନିଶମ କର୍ମଚାରୀ ବା ଫା| ଅଗ୍ନିଶମ ବାହିନୀକୁ ସୁଦୃଢ କରିବା ପାଇଁ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୩୯୪ କୋଟି ଟଙ୍କା ଏବଂ ପଞ୍ଚଦଶ ଅର୍ଥ କମିଶନରୁ ୨୦୧ କୋଟି ଟଙ୍କା ମଞ୍ଜୁର ହୋଇଛି । ଅଗ୍ନିଶମ ବାହିନୀକୁ ଅଧିକ ସକ୍ଷମ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ କହିଛନ୍ତି ।