ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ହେବା ପାଇଁ ଭଂଜସେନାର ବାରମ୍ବାର ସଂଗ୍ରାମ ଫଳରେ ଆମ୍ଭ ଜିଲ୍ଲାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ସ୍ଥାପନ ହୋଇଥିଲା।ମାତ୍ର ଅଦ୍ୟ ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ମୟୁରଭଞ୍ଜ ଜିଲ୍ଲାର ଭୁଶୁଡି ପଡିଛି।ଦୁଇ ଦୁଇଟା ଅଲ୍ଟ୍ରାସାଉଣ୍ଡ ମେସିନ କାମ କରୁନାହିଁ।ଯାହାଫଳ ସ୍ୱରପ ଇଣ୍ଡୋର ରୋଗୀମାନଙ୍କର ଚିକିତ୍ସାରେ ଘୋର ଅବହେଳା ହେବା ସହିତ ଆଉଟଡର ରୋଗୀମାନଙ୍କୁ ଅଲ୍ଟ୍ରାସାଉଣ୍ଡ ପାଇଁ ମାସ ମାସ ଧରି ଜଗିବାକୁ ପଡୁଛି।ଖବର କାଗଜରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ମଧ୍ୟ ସବୁ ଜାଣି ଶୁଣି ମେଡିକାଲ ସୁପରିଟେଣ୍ଡେଣ୍ଟ ମୁକ ହୋଇ ରହିବା ରୋଗୀଙ୍କୁ ମୃତ୍ୟୁ ମୁଖ ଆଡକୁ ଠେଲିଦେଉଛି।ଉକ୍ତ ସମସ୍ୟାର ଯୁଧ୍ୟକାଳୀନ ଭିତ୍ତିରେ ତୁରନ୍ତ ପ୍ରତିକାର ପାଇଁ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଟ୍ୱିଟ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି ଏବଂ ଆଜି ଭଞ୍ଜସେନା ର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଅଛନ୍ତି।ଯଦି ଉକ୍ତ ସମସ୍ୟାର ତୁରନ୍ତ ସମାଧାନ ନ କରାଯାଏ,ତେବେ ଆସନ୍ତା ବୁଧବାର ତା୪/୧୨/୨୦୨୪ ରିଖ ଦିନ ଭଞ୍ଜସେନା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଅଛି।ଉକ୍ତ ପ୍ରତିନିଧି ଦଳ ମଧ୍ୟରେ ଜିଲ୍ଲା ଅଭାହକ ରାକେଶ ବେହେରା,ଜିଲ୍ଲା ଯୁବ ସଭାପତି ଏସ କେ ରାଜା ଖାନ,ପଙ୍କଜ କରଣ, ସଞ୍ଜୟ ମାହାନା,ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ବୋଲି ଜିଲ୍ଲା ମୁଖ ପାତ୍ର ମାନସ ବେହେରା ପ୍ରେସ ଇସତିହାରରେ ଜଣାଇଅଛନ୍ତି।