ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡ ଉପରେ ଉଡ଼ିଛି ଏକ ହେଲିକପ୍ଟର । ନିଷିଦ୍ଧାଞ୍ଚଳ ସତ୍ତ୍ୱେ କିଏ ଓ କାହିଁକି ଗଣ୍ଡ ଉପରେ ହେଲିକପ୍ଟର ଉଡ଼ାଇଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୁରୁବାର ଅପରାହ୍ନ ୨ଟାରେ ଏହି ହେଲିକପ୍ଟରଟି ଗଣ୍ଡର ତଳ ଅବବାହିକା ଦିଗରୁ ଆଠମଲ୍ଲିକ ପାଶ୍ଵର୍ର୍କୁ ଉଡାଣ କରିଥିଲା। ମାତ୍ର ୫୦ରୁ ୬୦ ଫୁଟ ଉଚ୍ଚରେ ଗଣ୍ଡ ଉପର ଦେଇ ଉଡ଼ିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଭୀଷଣ ଗର୍ଜନ ସହ ବତାସ ଭଳି ପବନ କରି ହେଲିକପ୍ଟରଟି ଉଡୁଥିବା ଦେଖାଯାଇଥିଲା। ଗଣ୍ଡ ଉପରେ ୩ ଶହ ଫୁଟ୍ ତଳକୁ କୌଣସି ବିମାନ ଉଡାଇବା ଦଣ୍ଡନୀୟ ଅପରାଧ ହୋଇଥିବାବେଳେ କିଏ ଏବଂ କାହିଁକି ଏପରି ସାହସ କଲା ତାହା ସ୍ପଷ୍ଟ ହୋଇନାହିଁ।
