୨୩

 ରାଜ୍ୟସ୍ତରୀୟ ନାଟ୍ୟୋତ୍ସବରେ ଦର୍ଶକଙ୍କ ମନ ଜିଣିଲା ବାରିପଦାର ନାଟକ “ପରେ କହିବି”

ରାଜ୍ୟ
ବାରିପଦା : ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଏବଂ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ନୟାଗଡସ୍ଥିତ ପଠାଣି ସାମନ୍ତ ସଂସ୍କୃତି ଭବନରେ ଆୟୋଜିତ ରାଜ୍ଯସ୍ତରୀୟ ନାଟ୍ୟୋସ୍ତବରେ ଆମେ ,ବାରିପଦାର ବହୁଚର୍ଚ୍ଚିତ ନାଟକ ” ପରେ କହିବି ” ଅତ୍ୟନ୍ତ ସଫଳତାର ସହ ମଞ୍ଚସ୍ଥ ହୋଇ ମହୋତ୍ସବରେ ଉପସ୍ଥିତ ଦର୍ଶକଙ୍କ ମନ ଜିଣିଛି  I ପ୍ରାରମ୍ଭରେ ଏହି ନାଟକର ସୁନାମଧନ୍ଯ ଅଭିଜ୍ଞ ନାଟ୍ୟକାର ଓ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକଙ୍କୁ ଏକାଡେମୀ ଦ୍ବାରା ସମ୍ଵର୍ଦ୍ଧିତ କରାଯାଇଥିଲା I ପ୍ରତିଟି କଳାକାର ମାନଙ୍କର ଚମତ୍କାର ଅଭିନୟ, ବଳିଷ୍ଠ ନିର୍ଦ୍ଦେଶନା, ଉଚ୍ଚକୋଟୀର ନାଟ୍ୟ ରଚନା, ଶ୍ରୁତିମଧୁର ସଂଗୀତ ସାଂଗକୁ ସ୍ବଳ୍ପ ଖର୍ଚ୍ଚରେ ନିର୍ମିତ ସୁନ୍ଦର ମଂଚଶିଳ୍ପ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରି ବିମୋହିତ କରିପକାଇଥିଲା I
ବିଭିନ୍ନ ଚରିତ୍ରରେ ସାବଳୀଳ ଅଭିନୟ କରିଥିଲେ ସର୍ବଶ୍ରୀ ପ୍ରଦୀପ ମହାନ୍ତି , ଚିନ୍ମୟ ଦାସ ପଟ୍ଟନାୟକ, ପ୍ରଦୀପ ପାଣିଗ୍ରାହୀ , ଅଶୋକ ପଟ୍ଟନାୟକ, ଶାନ୍ତନୁ ପାଢୀ , ଅରୁଣ ପାତ୍ର, ଜୟନ୍ତ ସେନାପତି, ସର୍ବତୋଷ ଦାଶ , ଶିଶିର ଲେଙ୍କା ,  କାମିନୀକାନ୍ତ ମାଲାକାର, ରାଜୀବ ପାତ୍ର ଓ ସୁଶ୍ରୀ ଲତାଶା ଖୁରାନା I ସଂଗୀତ ନିର୍ଦ୍ଦେଶନା ଦୁର୍ଗା ପାତ୍ର ଦେଇଥିବା ବେଳେ ମଂଚଶିଳ୍ପ ଦାୟିତ୍ବରେ ଥିଲେ ନରସିଂହ ବାରିକ । ବିଭିନ୍ନ ବିଭାଗରେ ସହଯୋଗୀ ଭାବେ ନିଜର ପାରଦର୍ଶିତା ଦେଖାଇଥିଲେ ଅଂକୁର ଖୁରାନା , ସୁଧିର ମହାନ୍ତି , ପ୍ରଦୀପ ସରଘରିଆ, ବିଶ୍ବଜିତ ପରିଡା,  କିରନ ଖୁରାନା ଓ ରାଜୀବ ପାତ୍ର I ବିଶେଷ କରି ମିଠି ଚରିତ୍ରରେ  ଚମତ୍କାର  ଅଭିନୟ କରିଥିବା ଲତାଶା ସମସ୍ତ ଦର୍ଶକଙ୍କ ହୃଦୟକୁ ଜିଣି ପାରିଥିଲେ I

Leave a Reply

Your email address will not be published. Required fields are marked *