ବାରିପଦା: ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଶ୍ରମିକ ସଂଗଠନ, ଖେତମଜଦୂର ମାନଙ୍କ ତରଫରୁ ମିଳିତ ଭାବେ ଦେଶବ୍ୟାପୀ ଚେତାବନୀ ସଭାର ଅଂଶ ବିଶେଷ ଭାବେ ପାଳିତ ହୋଇଛି।କିଷାନ ସାଥୀ ମୃତ୍ୟୁଞ୍ଜୟ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ୨୦ ଦଫା ସମ୍ବଳିତ ଦାବିପତ୍ର ଉପରେ ଆଲୋଚନା କରାଯାଇଥିଲା। ବାରମ୍ବାର କୃଷକ, ଶ୍ରମିକ, ଖେତମଜଦୂର ଓ ସ୍ଵାଧୀନ ଫେଡେରେସନ ମାନଙ୍କ ତରଫରୁ ସେମାନଙ୍କ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରୁଥିବାରୁ ଖୋଭ ପ୍ରକାଶ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୨୦ ଦଫା ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଅହେତୁକ ଦରବୃଦ୍ଧି, ଖାଦ୍ୟ, ଔଷଧ, କୃଷିଜାତ ଦ୍ରବ୍ୟ ଉପରୁ ଜିଏସଟି ପ୍ରତ୍ୟାହାର, ଖାଦ୍ୟ ନିରାପତ୍ତାକୁ ପ୍ରାଧାନ୍ୟ, ଜାତୀୟ ମାସିକ ସର୍ଵ ନିମ୍ନ ମଜୁରୀ ୨୬ ହଜାର ଟଙ୍କା,କାମ କରିବାର ଅଧିକାର ମୈଳିକ ଅଧିକାର ଭାବେ ସ୍ଵୀକାର, ମନରେଗା ଯୋଜନାରେ ବର୍ଷକୁ ୨୦୦ ଦିନ କାମ ସହ ୬୦୦ ଟଙ୍କା ମଜୁରୀ, ଚାଷୀ ଆତ୍ମହତ୍ୟା ଏଡାଇବା,୪ ଟି ଶ୍ରମ କୋଡ଼ ପ୍ରତ୍ୟାହାର, ସମ୍ବିଧାନର ମୌଳିକ ମୂଲ୍ୟବୋଧ ଯଥା, ମତପ୍ରକାଶ, ସ୍ଵାଧୀନତା, ଭିନ୍ନ ମତପୋଷଣ ଅଧିକାର ଓ ଧର୍ମୀୟ ସ୍ଵାଧୀନତା ଉପରେ ଆକ୍ରମଣ ବନ୍ଦ କରିବା, ଜଙ୍ଗଲ ଜମି ଆଇନ୍ ର କଡାକଡି କାର୍ଯ୍ୟକାରିତା, ବରିଷ୍ଠ ନାଗରିକ, ମହିଳା, ଭିନ୍ନକ୍ଷମଙ୍କୁ କୋଭିଡ ପୂର୍ବ ସୁବିଧା ପ୍ରଦାନ, ଭାରତୀୟ ଶ୍ରମ ସମ୍ମିଳନୀ ବୈଠକ ନିୟମିତ ଆହୂତ କରିବା, ଶିଳ୍ପାୟନ ଓ ଖଣି ଖନନ ଯୋଗୁଁ ଚାଷ ଜମିର ଅବକ୍ଷୟ ଓ ପରିବେଶ ପ୍ରଦୂଷଣକୁ ରୋକି ଚାଷ ଜମିର ସୁରକ୍ଷା, ସମସ୍ତଙ୍କ ପାଇଁ ବାସଗୃହ,୨୦୨୨ ବିଦ୍ୟୁତ ସଂଶୋଧନ ଆଇନ୍ ପ୍ରତ୍ୟାହାର, କର୍ପୋରେଟ ସପକ୍ଷବାଦୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରତ୍ୟାହାର, କୃଷକ ସଂଗ୍ରାମକୁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି ପାଳନ ଇତ୍ୟାଦି ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଏଆଇଟିୟୁସିର ସାଥୀ ଜଗବନ୍ଧୁ ମିଶ୍ର,ସିଆଇଟିୟୁର ରବି ଗୋସ୍ୱାମୀ,ଅମଲ ଦେ,ଏଆଇୟୁଟିୟୁସିର ପିତାମ୍ବର ନାଏକ, କୃଷକ ସଭାରୁ ବଳରାମ ମୁର୍ମୁ,ବିକରତନ କଲିଆ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ ବେହେରା, ହରିଶ ଚନ୍ଦ୍ର ସିଂ, ମାଳତୀ ମହାନ୍ତ, କାହ୍ନୁଚରଣ ବେହେରା,କୁଞଲତା ମହାନ୍ତ,ହରିଶ ଚନ୍ଦ୍ର ସିଂ, ପରମେଶ୍ବର ମହାନ୍ତ, ସନ୍ଧ୍ୟାରାଣୀ ମହାନ୍ତ, ନାରାୟଣ ଟୁଡୁ,ଖିରମଣି ମହାନ୍ତ, ଶ୍ରୀକାନ୍ତ ସାମଲ, ମମତା ମହାପାତ୍ର, କୁଞଲତା ମହାନ୍ତ, ମହେଶ୍ୱର ବେହେରା, ରଞ୍ଜିତା ରାଉତ,ରଞୁଲତା ଦାସ, ବୀଣାପାଣି ନାଏକ,ସୁମି ସିଂ,ସୁରେଶ ନାଏକ, ରୀନା ରାଣୀ ମହାନ୍ତ,ବିମଳା ନାୟକ, ସରୋଜିନୀ ଖିଲାର, ମୃତ୍ୟୁଞ୍ଜୟ ବେହେରା, ଅମ୍ରିତା ନାୟକ, ସନ୍ଧ୍ୟାରାଣୀ ବେହେରା, ବିନ୍ଦୁ ସେଠୀ, ପ୍ରଫୁଲ୍ଲ ମହାନ୍ତି,ଗୁରୁବାରୀ ସିଂ,ମଞୁ ବେହେରା, ମାଳତୀ ମହାନ୍ତ,ଅଞଳୀ ନାଗ,ସରମିଳା ମହାନ୍ତ ହରିଶ ଚନ୍ଦ୍ର ସିଂ, ବୀଣାପାଣି ନାଏକ ପ୍ରମୁଖ ସାଥୀମାନେ ଅଂଶ ଗ୍ରହଣ କରିଥିଲେ। ସାଥୀ ବିକରତନ କଲିଆ ସଙ୍ଗୀତ ଗାନ କରିଥିଲେ।