Img 0365

ମୟୂରଭଞ୍ଜରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କରକମଳରେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିଭିନ୍ନ ପ୍ରକଳ୍ପ ମାନଙ୍କର ଭିତ୍ତି ପ୍ରସ୍ଥର ସ୍ଥାପନ ତଥା ଶୁଭ ଉଦ୍ଘାଟନ

State
  • ମୟୂରଭଞ୍ଜରେ ୧୮ଟି ସ୍ୱାସ୍ଥ୍ୟ ସମ୍ବଳିତ ପ୍ରକଳ୍ପର ଶିଳାନ୍ୟାଶ ତଥା ଶୁଭ ଉଦ୍ଘାଟନ

  • ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଚିତ୍ରପଟ ବଦଳାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ: ଡଃ ମୁକେଶ ମହାଲିଙ୍ଗ

ବାରିପଦା: ମୟୂରଭଞ୍ଜରେ ସ୍ୱାସ୍ଥ୍ୟ ସେବାକୁ ଯଥା ସମ୍ଭବ ସରଳ ଓ ସୁବିଧା କରିବା ପାଇଁ ଏବଂ ବଞ୍ଚିତ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେବା ପାଇଁ କାର୍ଯ୍ୟକରୁଥିବା ଓଡିଶା ସରକାରଙ୍କର ଏହି ଅଭିଯାନକୁ ଆହୁରି ସଶକ୍ତ କରିବା ପାଇଁ, ବୁଧବାର ଦିନ ଶୁଳିଆପଦା ବ୍ଲକ ସ୍ଥିତ ବାଘଡ଼ା ଅଂଚଳରେ ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗଙ୍କ କରକମଳରେ ଜିଲ୍ଲାରେ ଉପ-ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରୀୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କର ଭିତ୍ତି ପ୍ରସ୍ଥର ସ୍ଥାପନ ତଥା ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ, ଓଡ଼ିଶା ସରକାର ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଓ ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଓଡ଼ିଶା ସରକାର ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସମେତ ସାଂସଦ, ମୟୂରଭଞ୍ଜ ରାଜ୍ୟସଭା, ଶ୍ରୀମତୀ ମମତା ମହନ୍ତ, ସାଂସଦ, ମୟୂରଭଞ୍ଜ ଲୋକସଭା, ଶ୍ରୀ ନବ ଚରଣ ମାଝୀ, ବିଧାୟକ, ଉଦଳା, ଶ୍ରୀ ଭାସ୍କର ଚନ୍ଦ୍ର ମଢେଇ, ବିଧାୟକ, ବାରିପଦା, ଶ୍ରୀ ପ୍ରକାଶ ସୋରେନ, ବିଧାୟକ, ବଡ଼ସାହି, ଶ୍ରୀ ସନାତନ ବିଜୁଳି, ବିଧାୟକ, ସାରସକଣା ଶ୍ରୀ ଭାଦବ ହାଁସଦା, ବିଧାୟକ, କରଞ୍ଜିଆ, ଶ୍ରୀ ପଦ୍ମ ଚରଣ ହାଇବୁରୁ, ବିଧାୟକ, ରାଇରଙ୍ଗପୁର ଶ୍ରୀ ଜଲେନ ନାଏକଙ୍କ ଗରିମାମୟ ଉପସ୍ଥିତିରେ ସମ୍ପନ୍ନ ହୋଇଅଛି।

ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବସରରେ ମନ୍ତ୍ରୀ ଡଃ ମହାଲିଙ୍ଗ, ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ସେଠାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ ଏବଂ ତତ୍ପରେ, ଅପରାହ୍ନରେ ବାଘଡ଼ା ଅଂଚଳରେ ପହଂଚି, ସମୁଦାୟ ୧୮ଟି ପ୍ରକଳ୍ପର ଶିଳାନ୍ୟାଶ ତଥା ଶୁଭ ଉଦ୍ଘାଟନ କରିଥିଲେ। ସୂଚନା ଅନୁସାରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟ ବରାଦରେ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ମାନଙ୍କ ମଧ୍ୟରେ, କଇଁଫୁଲିଆ, କୁଳିପୋଷୀ, ବାଲିଯୋଡ଼ା, ଦେଓବାହାଲ, ଖୁଣ୍ଟା CHC , ଡୁକୁରା CHC , ତୋଟା CHC , ଜାମଦା CHC ଠାରେ ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ ନିର୍ମାଣ ହେବାକୁ ଥିବା ବେଳେ, ବଦଳିଆ, ମାରାଂ ଢ଼ୀଢି, ଚାନ୍ଦୁ, ସାକୁଆ, ଝାରପୋଖରିଆ, ପିଞ୍ଚବେହେନିଆ, କୁଲଡ଼ିହା, ବଡ଼ସିଗଡିଆ ଓ ପୋଡାଢ଼ିହା ଠାରେ ଆରୋଗ୍ୟ କେନ୍ଦ୍ର ମାନ ନିର୍ମାଣ ହେବ ବୋଲି ମାନ୍ୟବର ମନ୍ତ୍ରୀ ଡଃ ମହାଲିଙ୍ଗ ଏହି ସମସ୍ତର ଭିତ୍ତି ପ୍ରସ୍ତର ଶୁଭ ଉଦ୍ଘାଟନ କରିଥିଲେ।

“ରାଜ୍ୟରେ ବର୍ତ୍ତମାନ ପ୍ରମୁଖ ଆବଶ୍ୟକତା ହେଉଛି ସ୍ୱାସ୍ଥ୍ୟ ସେବା, ଏଣୁ ରାଜ୍ୟ ସରକାର ପ୍ରଥମ ଏବଂ ଏହାର ଚିତ୍ରପଟ ବଦଳାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ମୟୂରଭଞ୍ଜରେ ଏହି ଆରୋଗ୍ୟ ମନ୍ଦିର ଓ ଆରୋଗ୍ୟ କେନ୍ଦ୍ର ପ୍ରତ୍ୟେକ ଗରିବର ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂର କରିବ ବୋଲି ମୋର ଆଶା। ପ୍ରତ୍ୟେକ ଅବହେଳିତ ଯିଏ ଆଗରୁ ଏହି ସ୍ୱାସ୍ଥ୍ୟ ସେବା ପାଇଁ କଟକ ଭୁବନେଶ୍ୱର କିମ୍ବା ସମ୍ବଲପୁର ଯାଉଥିଲେ ଆଜି ସେ ସମସ୍ୟାକୁ ମଧ୍ୟ ଦୂର କରିବା ପାଇଁ ଆମେ ପ୍ରତିକରବଦ୍ଧ ।ମୋତେ ଏହି ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ମୟୂରଭଞ୍ଜ ବାସୀଙ୍କ ନିକଟରେ ଚିର ଋଣୀ,” ମାନ୍ୟବର ମନ୍ତ୍ରୀ ଡଃ ମହାଲିଙ୍ଗ ନିଜ ବକ୍ତବ୍ୟରେ କହି ଥିଲେ।

” ରାଜ୍ୟରେ ଡାକ୍ତର ଅଭାବକୁ ମଧ୍ୟ ଦୂର କରିବା ପାଇଁ ଖୁବଶୀଘ୍ର ଓଡ଼ିଶାରେ ୫ ହଜାର ଡାକ୍ତର ପଦବୀ ପୂରଣ କରାଯିବ। ଏହା ସହିତ ୩୦୦୦ ପାରାମେଡିକାଲ ଷ୍ଟାଫଙ୍କ ନିଯୁକ୍ତିରେ ମୟୂରଭଞ୍ଜରେ ସ୍ୱାସ୍ଥ୍ୟ ସେବାରେ ଏକ ବୃହତ ପରିବର୍ତ୍ତନ ଆସିବ। ଆୟୁଷ୍ମାନ ଭାରତ ଯୋଜନା ଓ ଗୋପବନ୍ଧୁ ସ୍ୱାସ୍ଥ୍ୟ ଯୋଜନାରେ ୨୭୦୦୦ ହସ୍ପିଟାଲରେ ମାଗଣାରେ ଚିକିତ୍ସା ହେବ ଏବଂ ଏହା ଆମ ରାଜ୍ୟର ଓ ଜିଲ୍ଲାର ସାମଗ୍ରିକ ବିକାଶକୁ ସୁଚାଇବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ।

ସୂଚନାନୁସାରେ, ସମାରୋହ ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ନିଜ ସ୍ୱାଗତ ଭାଷଣରେ, ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉନ୍ନତ କରିବା ପାଇଁ ଓଡିଶା ସରକାରଙ୍କର ଏହି ତୃଣମୂଳ ସ୍ତରୀୟ କାର୍ଯ୍ୟ ପ୍ରଣାଳୀକୁ ପ୍ରଶଂସା କରିବା ସହିତ ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧୁସିତ ଜିଲ୍ଲା ପାଇଁ ସ୍ୱାସ୍ଥ୍ୟ ସେବା ଏକ ମହତ୍ୱପୂର୍ଣ୍ଣ ଅଂଶ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ମୟୁରଭଞ୍ଜର ଦୁଇ ମନ୍ତ୍ରୀ ଡଃ ମହାପାତ୍ର ଓ ଶ୍ରୀ ଖୁଣ୍ଟିଆ ଏହି ସେବାକୁ ଆହୁରି ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ପ୍ରୟାଶରତ ବୋଲି କହିଥିଲେ। ସେହିପରି ସଂlସଦ ଦ୍ୱୟ, ଶ୍ରୀମତୀ ମହନ୍ତ ଓ ଶ୍ରୀ ମାଝୀ ଏହି ଆଦିବାସୀ ବହୁଳ ଅଂଚଳ ପାଇଁ ତ୍ୱରିତ ସ୍ୱାସ୍ଥ୍ୟ ସେବା ପହଂଚାଇ ଥିବାରୁ କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଭାରତ ଯୋଜନା ଏବଂ ରାଜ୍ୟସାରାକରଙ୍କର ଗୋପବନ୍ଧୁ ସ୍ୱାସ୍ଥ୍ୟ ସେବା ଯୋଜନାର ଭୁରି ଭୁରି ପ୍ରଶଂସା କରିଥିଲେ। ପରିଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଭାତ କୁମାର ବେହେରା ସମସ୍ତ ଅତିଥି, ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ, ବାରିପଦା ସ୍ଥିତ ଜିଲ୍ଳାମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସେଠାରେ ସମସ୍ତ ସୁବିଧା ଓ ରୋଗୀଙ୍କ ସହିତ ସେବା ବିଷୟରେ ଆଲୋଚନା କରିଥିଲେ। ଏହା ପରେ ମନ୍ତ୍ରୀ ଡଃ ମହାଲିଙ୍ଗ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ଯୋଗଦାନ କରିଥିଲେ।

ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ, ଜିଲ୍ଲାପ୍ରଶାସନର ସମସ୍ତ ଜିଲ୍ଲା ଅଧିକାରୀ, ପଦାଧିକାରୀଙ୍କ ସମେତ, ଏଡ଼ିଏମଓ, ଡଃ ଶାନ୍ତନୁ କୁମାର ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ନାୟକ, ବିଡିଓ ଶୁଳିଆପଦା ଅନୁପମା ଘୋଷ, ବିଡିଓ ସାରସକଣା ସୁମନରାଜା ମହାନ୍ତି, ବିଡ଼ିଓ ମୋରଡା, ଅଣାକାର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ଏବଂ ଶୁଳିଆପଦା ପଂଚାୟତ ସମ୍ମିତି କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।