ବାରିପଦା : ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଂଘ ର ପ୍ରଥମ ଜିଲ୍ଲା ସମ୍ମିଳନୀ ସାରସକଣା ଵ୍ଲକର କ:ଉତ୍ତରା ନାଏକ, କ: ସାଵିତ୍ରୀ ଦାସ ଓ କ: ଭଗଵତୀ ନାଏକଙ୍କୁ ନେଇ ଗଠିତ ସଭାପତିମଣ୍ଡଳୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଵା ଵେଳେ ଏହି ସମ୍ମିଳନୀକୁ ସଂଘର ରାଜ୍ଯ ସଭାପତି କ: କମଲ କୁମାର ଷଣ୍ଢ ଉଦଘାଟନ କରିଥିଲେ। ଏହି ସମ୍ମିଳନୀରେ ଭାରତୀୟ ଆଇନଜୀଵି ସଂଘର ରାଜ୍ଯ ସମ୍ପାଦକ ଡାକ୍ତର ପ୍ରଶାନ୍ତ ମିଶ୍ର, ଏଆଇଟିୟୁସି ରାଜ୍ଯ ସମ୍ପାଦକ କ: ଜୟନ୍ତ ଦାସ, ଜଲ୍ଲା ଏଆଇଟିୟୁସିର କ: ଜଗଵନ୍ଧୁ ମିଶ୍ର, କ: ହୃଷିକେଶ ସାହୁ, ଉଦଵୋଧନ ଦେଇ ମଧ୍ଯାହ୍ନ ଭୋଜନ ସ୍କିମ ର ପାଚିକା ଓ ସହାୟିକାଙ୍କୁ ଓ୍ଵାର୍କର ମାନ୍ଯତା ପ୍ରଦାନ, ମାସିକ ଭତ୍ତା ୨୬ହଜାର ଟଙ୍କା, ରାଜ୍ଯରେ ସ୍ଵଳ୍ପ ଛାତ୍ର-ଛାତ୍ରୀ ଦର୍ଶାଇ ଵନ୍ଦ କରାଯାଇଥିଵା ସମସ୍ତ ଵିଦ୍ଯାଳୟ ପୁଣି ଚାଲୁ କରିଵା, ପାଚିକା ସହାୟିକାଙ୍କ ଅଵସର ଵୟସ ୬୫ଵର୍ଷକୁ ଵୃଦ୍ଧି, ଵିଦ୍ଯଳର ରୋଷେଇ ପାଇଁ ଜାଳେଣୀ ଗ୍ଯାସ ପ୍ରଦାନ, କାର୍ଯ୍ଯକାଳ ମଧ୍ଯରେ ମୃତ୍ଯୁଵରଣ କଲେ ତାଙ୍କ ପରିଵାରଙ୍କୁ ଅନ୍ଯୁନ ୫ଲକ୍ଷ ଟଙ୍କା ପ୍ରଦାନ, ପ୍ରତ୍ଯେକ ପାଚିକା ଓ ସହାୟିକାଙ୍କୁ ଵାର୍ଷିକ ଦୁଇ ହଳ ପୋଷାକ, ସମେତ ସାମାଜିକ ନିରାପତ୍ତା ଯଥା ପାଚିକାଙ୍କ ସନ୍ତାନ ସନ୍ତତି ଙ୍କୁ ଶିକ୍ଷା ଵୃତ୍ତି, ପାଚିକାଙ୍କୁ ଗୃହ ନିର୍ମାଣ ସହାୟତା ଅନ୍ଯୁନ ୫ଲକ୍ଷ ଟଙ୍କା ପ୍ରଦାନ ଦାଵି ହାସଲ ପାଇଁ ପ୍ରତ୍ଯେକ ଵିଦ୍ଯାଳୟ, ପ୍ରତ୍ଯେକ ଵ୍ଲକ, ପ୍ରତ୍ଯେଟ ଜିଲ୍ଲା ଓ ରାଜ୍ଯଵ୍ଯାପୀ ଵ୍ଯାପକ ଭାବେ ” ନିଖିଳ ଓଡିଶା ଏମଡିଏମ ପାଚିକା ଓ ସହାୟିକା ସଂଘ ର ସଭ୍ଯ ହେଵା ସହ ନିଜ ଵ୍ଲକ ଓ ଜିଲ୍ଲା ସଂଗଠନକୁ ସୁଦୃଢ କରିଵାକୁ ଆହ୍ଵାନ ଦେଇଥିଲେ।
ଏହି ସମ୍ମିଳନୀରେ ପାଚିକା ମଧୁସ୍ମିତା ମାହାନ୍ତ, ପୁଙ୍ଗି ମାହାନ୍ତ, ଶ୍ରୀମତୀ ସାହୁ,ନନ୍ଦିନୀ ମହାରଣା, ଲକ୍ଷ୍ମୀ ନାଏକ, ସୁନା ପୃଷ୍ଟି, ଦେଵତୀ ନାଏକ,ହେମାଦ୍ରୀ ନନାଏକ, ସିନୋଗୋ ମାରାଣ୍ଡି ପ୍ରମୁଖ ପାଚିକା ଓ ସହାୟିକାମାନେ ଗଭୀର ଉଦଵେଗ ପ୍ରକାଶ କରିଥିଲେ। ଏହି ସମ୍ମିଳନୀରେ ରାଜ୍ଯ ସମ୍ମିଳନୀରେ ଯୋଗ ଦେଵା ପାଇଁ ୩୦ଜଣ ସଦସ୍ଯ ନିର୍ଵାଚିତ ହୋଇଛନ୍ତି।୩୧ଜଣିଆ ଜିଲ୍ଲା କମିଟି ଗଠନ କରାଗଲା। ସଭାପତି-ପୁର୍ଣ୍ଣିମା ପଣ୍ଡା, ଉପସଭାପତି- ଶ୍ରୀମତୀ ସାହୁ, ନନ୍ଦିନୀ ମହାରଣା, ଜିଲ୍ଲା ସମ୍ପାଦକ – ମଧୁସ୍ମିତା ନାଏକ, ସହ ସମ୍ପାଦକ- ଭଗଵତୀ ନାଏକ, ରେଵତୀ ନାଏକ, କୋଷାଧ୍ଯକ୍ଷ- ହିମାଦ୍ରୀ ନାଏକଙ୍କ ସମେତ ୩୧ ଜଣିଆ ଜିଲ୍ଲା କମିଟି ନିର୍ଵାଚିତ ହୋଇଛନ୍ତି। ଏହି ସମ୍ମିଳନୀକୁ ଭାରତୀୟ ଖେତ ମଜଦୂର ୟୁନିୟନ ମୟୁରଭଞ୍ଜ ଜିଲ୍ଲା କମିଟି ପକ୍ଷରୁ ଵଳରାମ ମୁର୍ମୁ, ଅଖିଳ ଭାରତ ଯୁଵ ସଂଘ ମୟୁରଭଞ୍ଜ ଜିଲ୍ଲା କମିଟି ପକ୍ଷରୁ ପରମେଶ୍ଵର ମାହାନ୍ତ, ଶୁକ୍ରା ସିଂ, ଶତୃଘ୍ନ ନାଏକ,ପ୍ରତାପ ନାଏକ, ଶୁକଦେଵ ସିଂ, ରୁପାଏ ମୁର୍ମୁ,କୁନୁରାମ ସିଂ ପ୍ରମୁଖ ଶୁଭେଛା ଜଣାଇଥିଵା ଵେଳେ ଧନ୍ଯଵାଦ ପୁଙ୍ଗି ମହାନ୍ତ ଧନ୍ଯଵାଦ ଅର୍ପଣ କରିଥିଲେ।ଉକ୍ତ ସମିଳନୀରେ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ବ୍ଲକ ରୁ ପାଚିକା ଓ ସହାୟିକା ମାନେ ଯୋଗ ଦେଇଥିଲେ l