ଭୁବନେଶ୍ୱର : ନଭେମ୍ବର ୨୪ ତାରିଖରେ ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ଏନେଇ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇ କହିଛନ୍ତିି, ୨୪ ତାରିଖରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା । ସୁନ୍ଦରଗଡରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ । ଅବଶିଷ୍ଟ ‘ସୁଭଦ୍ରା’ ହିତାଧିକାରୀ ଡିସେମ୍ବରରେ ଟଙ୍କା ପାଇବେ।
ଏଯାବତ୍ ୨ଲକ୍ଷ ୬୭ ହଜାର ‘ସୁଭଦ୍ରା’ ଆବେଦନ ଖାରଜ ହୋଇଛି । ବିଭିନ୍ନ ତ୍ରୁଟି କାରଣରୁ ଆବେଦନ ପତ୍ର ଖାରଜ ହୋଇଛି । ଏହି ତାଲିକା ଜିଲ୍ଲାପାଳଙ୍କ ଜରିଆରେ ବ୍ଲକକୁ ପଠାଇଛି । ଆଧାରକାର୍ଡ, ବ୍ୟାଙ୍କ ତ୍ରୁଟି ସଂଶୋଧନ କଲେ ୩ୟ ପର୍ଯ୍ୟାୟରେ ଟଙ୍କା ମିଳିବ । ସଂଶୋଧନ କରିବାରେ ବିଳମ୍ବ ହେଲେ ୪ର୍ଥ ପର୍ଯ୍ୟାୟରେ ଦିଆଯିବ । ଜଣେ ମଧ୍ୟ ଯୋଗ୍ୟ ହିତାଧକାରୀ ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।