Screenshot 2024 11 07 101737 750x430

ମାଆ, ଝିଅଙ୍କୁ ପୋଡ଼ି ହତ୍ୟା ଘଟଣାର ପର୍ଦ୍ଦାଫାସ: ପୁଅ, ନାତି ଗିରଫ

State

ସମ୍ବଲପୁର: ମାଆ, ଝିଅଙ୍କୁ ପୋଡ଼ି ହତ୍ୟା ଘଟଣାର ପର୍ଦ୍ଦାଫାସ। ମୃତ ବୃଦ୍ଧାଙ୍କ ପୁଅ ଓ ନାତିଙ୍କୁ ଗିରଫ କଲା ସଦର ଥାନା ପୋଲିସ। ଗତକାଲି ମାନେଶ୍ବର ହାଟପଦା ଅଞ୍ଚଳରେ ଘଟିଥିଲା ଜଘନ୍ୟକାଣ୍ଡ। ଘରେ ମାଆ, ଝିଅ ଶୋଇଥିବା ବେଳେ ଶ୍ୱାସରୁଦ୍ଧ କରି ମାରିଥିଲେ ପୁଅ ଓ ନାତି। ପ୍ରମାଣ ନଷ୍ଟ ପାଇଁ ୨ ଜଣଙ୍କୁ ଘର ଭିତରେ ଜାଳିଥିଲେ ପୁଅ ଓ ନାତି।

୨ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିବ ପୋଲିସ। ସମ୍ପତ୍ତି ପାଇଁ ହତ୍ୟା ହୋଇଥିବା ଅଭିଯୋଗ କରିଥିଲେ ଭଉଣୀ। ପୁଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୃଦ୍ଧାଙ୍କ ପୁଅ ଜଗନ୍ନାଥ ଦିକ୍ଷିତ ଓ ତାଙ୍କ ପୁଅକୁ ଗିରଫ କରିଛି। ସେହ୍ନଲତା ଦୀକ୍ଷିତ ଓ ତାଙ୍କ ଝିଅ ଘରେ ଥିବାବେଳେ ଜଗନ୍ନାଥ ଓ ତାଙ୍କ ପୁଅ ଉଭୟଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ। ପରେ ଏହି ହତ୍ୟାକୁ ଦୁର୍ଘଟଣା ରୂପ ଦେବାକୁ ଘରେ ଗ୍ୟାସ ସିଲିଣ୍ଡର ଖୋଲି ନିଆଁ ଲଗାଇଦେଇଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ବୃଦ୍ଧା ସ୍ନେହଲତା ଓ ଝିଅ ସୈରେନ୍ଦ୍ରି ଦୀକ୍ଷିତ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ମା’ଝିଅ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସମ୍ପତ୍ତି ପାଇଁ ମା’ ଓ ଭଉଣୀକୁ ଭାଇ ଜଗନ୍ନାଥ ହତ୍ୟା କରିଥିବା ସ୍ନେହଲତାଙ୍କ ସାନ ଝିଅ ଅଭିଯୋଗ ଆଣିଥିଲେ। ପୋଲିସ ଏହି ଘଟଣାରେ ବୃଦ୍ଧାଙ୍କ ପୁଅ ସହ ପରିବାରର ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପରେ ବୃଦ୍ଧାଙ୍କ ପୁଅ ଓ ନାତିକୁ ଗିରଫ କରିଥିଲା ପୋଲିସ।

ମୃତା ବୃଦ୍ଧା ସ୍ନେହଲତାଙ୍କର ୪ ଝିଅ ଓ ଗୋଟିଏ ପୁଅ ଥିଲେ। ପୂର୍ବରୁ ୨ ଝିଅଙ୍କର ମୃତ୍ୟୁ ଘଟିଥିବା ବେଳେ ଗତକାଲି ନିଆଁରେ ପୋଡ଼ି ହୋଇ ଆଉ ଏକ ଝିଅର ମୃତ୍ୟୁ ଘଟିଛି। ସ୍ନେହଲତା ଓ ତାଙ୍କ ଝିଅ ସୈରେନ୍ଦ୍ରିଙ୍କ ସହ ମହଲରେ ରହୁଥିବା ବେଳେ ତାଙ୍କ ପୁଅ ପରିବାର ସହ ତଳ ମହଲାରେ ରହୁଥିଲେ।