Mo Bus

ମୋ ବସ୍‌ର ସ୍ପିଡ୍‌ ୪୦ ଉପରକୁ ମନା

State

ଭୁବନେଶ୍ବର: ଦିନକୁ ଦିନ ମୋ ବସର ଅମାନିଆ ଚାଳକଙ୍କ ପାଇଁ ଦୁର୍ଘଟଣା ବଢିଥିବା ବେଳେ ଏବେ ଏହାକୁ ନେଇ ଗୁରୁତର ସହ ନେଇଛନ୍ତି ସରକାର । ଅମାନିଆ ମୋ ବସ୍ ଚାଳକଙ୍କୁ ସାବାଡ୍ କରିବା ପାଇଁ ସ୍ବତନ୍ତ୍ର ନିୟମ ଆଣିଛନ୍ତି । ଏନେଇ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଏଣିକି ‘ମୋ ବସ୍‌’ରେ ସ୍ପିଡ୍ ଗଭର୍ଣ୍ଣର ଲାଗିବ । ସହର ଭିତରେ ଚାଳୁଥିବା ପ୍ରତି ‘ମୋ ବସ୍‌’ର ସ୍ପିଡ୍ ୪୦ରୁ କମ୍ ରହିବ । ସହର ବାହାରେ ଚାଲୁଥିବା ମସ୍ ଗୁଡିକର ସ୍ପିଡ୍ ୫୦ କିମି ରହିବ ।  ଯଦି ମୋ ବସର କୌଣସି ବି ଚାଳକ ବେପରୁଆ ଗାଡ଼ି ଚାଳନା କଲେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହିତ ଗାଡ଼ିକୁ ଉଠିବା ପୂର୍ବରୁ ଡ୍ରାଇଭର ମଦ ପିଇଛନ୍ତି କି ନାହିଁ ତାହା ଟେଷ୍ଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ଦିନକୁ ଦିନ ‘ମୋ ବସ୍’ର ବେପରୁଆ ଭାବନା ପାଇଁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଏହି ନିକଟ ଅତୀତରେ ମୋ ବସ୍ ଚାଳକଙ୍କ ବେପରୁଆ ମନୋଭାବ ପାଇଁ ଜଣେ ବୃଦ୍ଧାଙ୍କ ଜୀବନ ଯାଇଥିବା ବେଳେ ଜଣେ ଝିଅ ଗୁରୁତର ଆହତ ହୋଇଥିଲେ । ଏହାସହିତ ମୋ ବସ୍ ରେ ବେପରୁଆ ଭାବେ ଗାଡି ଚଳାଇବା, ଯାତ୍ରୀଙ୍କ ସହ ଦୁର୍ବ୍ୟବହାର କରିବାର ଅନେକ ଅଭିଯୋଗ ମଧ୍ୟ ହୋଇଛି । ଅନେକ ମାମଲା ମଧ୍ୟ ସାମ୍ନକୁ ଆସିଛି । ଯାହାକୁ ନେଇ ସାଧାରଣ ଲୋକ ଉତ୍ୟକ୍ତ ହୋଇ ବିଭିନ୍ନ ସ୍ଥାନରେ ମୋ ବସ୍ ଉପରକୁ ଆକ୍ରମଣ ମଧ୍ୟ କରିଛନ୍ତି ।

ତେବେ ଏହି ନିକଟ ଅତୀତରେ ପଟିଆ- ଜୟଦେବ ବିହାର ଲାଇନରେ ମୋ ବସ୍ ଜଣେ ଯୁବତୀଙ୍କ ବାମ ହାତରେ ଗାଡି ଚଢାଇ ଦେଇଥିବା ବେଳେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ଯାହାକୁ ନେଇ ସ୍ଥାନୀୟ ଲୋକେ ସେହି ଲାଇନର ସମସ୍ତ ମୋ ବସକୁ ଅଟକାଇ ରାସ୍ତାରୋକ କରିଥିଲେ । ବିଭିନ୍ନ ଦାବି ନେଇ ସରକାରଙ୍କୁ ନିବେଦନ କରିଥିଲେ । ସେ୍ଥିମଧ୍ୟରୁ ୪୦ ଅଧିକ ସ୍ପିଡ୍ ନହେବା, ଗାଡି ଚାଳକଙ୍କୁ ଭଲ ଭାବରେ ଯାଞ୍ଚ କରିବା ଇତ୍ୟାଦି ଦାବି ରହିଥିଲା ।