ବାରିପଦା : ଆନ୍ତର୍ଜାତିକ କୃଷ୍ଣ ଚେତନା ସୋସାଇଟି ପକ୍ଷରୁ ଚଳିତ ନଭେମ୍ବର ମାସ ୯ ତାରିଖ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାକୁ ବିରୋଧ କାରାଯାଇଛି। ଆଜି ଜଗନ୍ନାଥ ମନ୍ଦିର ପରିସରରେ ଏହି ଅବସରରେ ଜଗନ୍ନାଥ ପ୍ରେମୀ ଓ ଭକ୍ତମାନେ ଇସ୍କନର ଏ ପ୍ରକାର ବ୍ୟତିକ୍ରମର ପ୍ରତିବାଦ କରିଥିଲେ। ବିଧି ବିଧାନ ଅନୁସାରେ ରଥଯାତ୍ରା ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ। କାର୍ତ୍ତିକ ମାସରେ ପ୍ରଭୁଙ୍କ ରଥଯାତ୍ରା ଜଗନ୍ନାଥ ସଂସ୍କୃତି ପ୍ରତି ଅମର୍ଯ୍ୟାଦା ବୋଲି ଭକ୍ତମାନେ ପ୍ରକାଶ କରି ଏହାକୁ ବାତିଲ କରିବାକୁ ମତ ଦେଇଥିଲେ। ଏହି ପ୍ରତିବାଦରେ ମନ୍ଦିରର ପୂଜକ ଦେବବ୍ରତ ରଥ ମହାପାତ୍ର,ଭକ୍ତ କାଳିପ୍ରସନ୍ନ ମହାନ୍ତି, ସତ୍ୟରଂଜନ ମହାପାତ୍ର,କମଳ ଅଗ୍ରୱାଲ,ଶୁଭଲକ୍ଷ୍ମୀ ମହାପାତ୍ର,ସତୀଶ ବାରିକ,ଉତ୍ତମ ନନ୍ଦ,ମୁନା ବିଶୋୟୀ,ସୁମିତ୍ରା ବିଶୋୟୀ, ସବିତା ବାରିକ ଓ ଶ୍ରୀଜଗନ୍ନାଥ ଚେତନା ସଂଘର ସଦସ୍ୟ ଲଳିତ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।