ବାରିପଦା: କରଂଜିଆ ସ୍ବରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ବାଣୀତୀର୍ଥ ପରିସରରେ ଜିଲ୍ଲାସ୍ତରୀୟ ବିଦ୍ବତ୍ ପରିଷଦର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ବିଦ୍ବତ ପରିଷଦର ସଭାପତି ସ୍ତମ୍ଭକାର ଲଳିତ ମହାନ୍ତଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ପ୍ରାନ୍ତ ବିଦ୍ବତ ପରିଷଦ ଓ ମାତୃଭାରତୀ ସଂଯୋଜକ ଅଶ୍ବିନୀ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ସାମାଜିକ ଗଣମାଧ୍ୟମର ଉପଯୁକ୍ତ ବ୍ୟବହାର ସମ୍ପର୍କରେ ବିଶଦଭାବେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି କାଦଡିହା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଭାଗବତ ଲେଙ୍କା ବକ୍ତବ୍ୟ ପ୍ରଦାନ କରିଥିଲେ। ମୟୂରଭଞ୍ଜ ବିଭାଗ ନିରୀକ୍ଷକ ହରିଶ୍ଚନ୍ଦ୍ର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଉତ୍ତର ସଂଭାଗ ସଂଯୋଜକ କ୍ଷେତ୍ରମୋହନ ଦାସ,କରଂଜିଆ ସଂଙ୍କୁଳ ପ୍ରମୁଖ ପାର୍ଥସାରଥୀ ପାତ୍ର,ବାରିପଦା ଶିଶୁ ବିଦ୍ୟା ମନ୍ଦିରର ବରିଷ୍ଠ ଆଚାର୍ଯ୍ୟ ଛତିଶ ଚନ୍ଦ୍ର ମହାନ୍ତଙ୍କର ସମ୍ମିଳିତ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଗୋପାଳ ଅଗ୍ରୱାଲ,ଅଧ୍ୟାପକ ପ୍ରକାଶ ମଣ୍ଡଳ,ଡଃ ଶରତ ବେହେରା, ଶ୍ରୀଧର ମହାନ୍ତ,ଶିବଚରଣ ବେହେରା,ମିତ୍ରଭାନୁ ତନ୍ତୀ,ରବିନ୍ଦ୍ର ମହାନ୍ତ,ମକରଧ୍ବଜ ମହାନ୍ତ,ରଶ୍ମୀରଂଜନ ମହାନ୍ତ,ପତିତପାବନ ଗିରି, ଦେବପ୍ରକାଶ ବେହେରା ଓ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ଶତାଧିକ ବିଦ୍ବାନ୍ ଉପସ୍ଥିତ ଥିଲେ। ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଗୁରୁଜୀ କେଦାରନାଥ ବାରିକ,ମହାଦେବ ମହାନ୍ତ,କରଂଜିଆ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଶିବଶଙ୍କର ମହାନ୍ତ, ମନୋହର ପାତ୍ର,ଅବିନାଶ ଶତପଥୀ,ବିଜୟ କୁମାର କର,କବିତା ମିଶ୍ର,ସବିତା ମହାନ୍ତ,ସିଲାବତୀ ମହାନ୍ତ ତଥା ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା।ଶେଷରେ ବିଦ୍ୟାଳୟ ଉପସଭାପତି ତ୍ରିଲୋଚନ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।