ବାରିପଦା : ଆଜି ପୂର୍ବାହ୍ନ ରେ ଭାରତୀୟ ପ୍ରଶାସନିକ ସେବା ର ଅଧିକାରିଣୀ ମିସ୍ ଆଶନି ଏ.ଏଲ. ରାଇରଙ୍ଗପୁର ପୌରପାଳିକା ର ନୂତନ କାର୍ଯ୍ୟନିବାହୀ ଅଧିକାରିଣୀ ଭାବେ ତା’ଙ୍କ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏଥି ପୂର୍ବରୁ ସେ ମୟୁରଭଞ୍ଜ ଜିଲ୍ଲାରେ ଆଇ ଏ ଏସ ପ୍ରବେଶନାରୀ ଅଧିକାରୀ ଭାବେ ଯୋଗଦେଇ ପରବର୍ତ୍ତୀ ସମୟରେ ଯଶିପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଆଜି ସେ ରାଇରଙ୍ଗପୁର ପୌରପାଳିକାର ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିବା ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ତା’ଙ୍କୁ ପୌରପାଳିକାର ଅଧ୍ୟକ୍ଷ, ଉପାଧ୍ୟକ୍ଷା, କାଉନସିଲର, ଅଧିକାରୀ ଓ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଶୁଭକାମନା ଜଣାଇଥିଲେ ।