କଟକ (ମାନସ କୁମାର ନାୟକ) : ଗତ ମଙ୍ଗଳବାର ରାତ୍ର ଆଠ ଘଟିକା ସମୟରେ ନୂଆପଡା ଗ୍ରାମ କମିଟିର ସାଧାରଣ ସଭା ଶ୍ରୀ ଶ୍ରୀ କୁଞ୍ଜବିହାରୀ ମନ୍ଦିର ପରିସରରେ ଗ୍ରାମର ଅଧକାରୀ ଅମରେନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଗ୍ରାମର ମୂରବୀ, ଯୁବକ ଓ ସଂକୀର୍ତ୍ତନ ମଣ୍ଡଳୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା | ଉକ୍ତ ସାଧାରଣ ସଭାରେ ନୂଆପଡା ଗ୍ରାମର ମହନ୍ତ ଶ୍ରୀ ଦୟାନିଧି ସ୍ବାଇଁଙ୍କ ଉପରେ ପ୍ରଦତ୍ତ ଦରଖାସ୍ତ ( ଅଭିଯୋଗ) ବିଷୟରେ ଆଲୋଚନା କରାଯାଇ ଗ୍ରାମ କମିଟି ଓ ଗ୍ରାମବାସୀବୃନ୍ଦ ଏହି ଅଭିଯୋଗର କୌଣସି ସତ୍ୟତା ନଥିବା ଅନୁଭବ କଲେ ଏବଂ କରିଥିବା ଅଭିଯୋଗକୁ ଭିତ୍ତିହୀନ ବର୍ଣ୍ଣନା କଲେ | ଏଣୁ ସଭାରେ ଉପସ୍ଥିତ ସମସ୍ତ ଗ୍ରାମବାସୀ ତାଙ୍କୁ ପୂର୍ବପରି ଯେପରି ମହନ୍ତ ପଦମର୍ଯ୍ୟାଦାକୁ ବଜାୟ ରଖି ଠାକୁରଙ୍କ ସେବା କରୁଥିଲେ ସେହିପରି ମହନ୍ତ ପଦରେ ରହି ସେବା କରିବାପାଇଁ ଅନୁରୋଧ କରିଥିଲେ |
ଏହି ସଭାରେ ଗ୍ରାମର ମୂରବୀ ରୁଦ୍ର ନାରାୟଣ ପଶାୟତ, ମହେନ୍ଦ୍ର ମହାପାତ୍ର, ସନାତନ ବିଶ୍ବାଳ, ଅଚ୍ୟୁତାନନ୍ଦ ପଶାୟତ, କାହ୍ନୁଚରଣ ନାୟକ, ଲକ୍ଷ୍ମୀଧର ଭୂୟାଁ, ସୁକାନ୍ତ ନାୟକ, ଜ୍ଞାନେନ୍ଦ୍ର ପଶାୟତ, ସଂକୀର୍ତ୍ତନ ଗୁରୁ ଓ ସଦସ୍ୟ ଶ୍ରୀ ଜୟଚନ୍ଦ୍ର ଦାସ, ଅଶ୍ବିନୀ ପଶାୟତ, ଶ୍ରୀନିବାସ ସାସମଲ, କୈଳାସଚନ୍ଦ୍ର ସ୍ବାଇଁ ଓ ପୂଜା କମିଟିର ସଭାପତି ଶ୍ରୀ ରମେଶଚନ୍ଦ୍ର ନାୟକ, ସଂପାଦକ ଶ୍ରୀ ତପନ କୁମାର ପଶାୟତ, ଯୁଗ୍ମ ସଂପାଦକ ଶ୍ରୀ ମନୋଜ କୁମାର ପଶାୟତ, ଉପସଭାପତି ଶ୍ରୀ ରାଜେଶ କୁମାର ପଶାୟତ, ପୂଜା କମିଟିର ମୁଖ୍ୟ ଉପଦେଷ୍ଟା ଶ୍ରୀ ଲକ୍ଷ୍ମୀଧର ପଶାୟତ, ବିନୋଦଚନ୍ଦ୍ର ସାହୁ ଓ ଅନ୍ୟାନ୍ୟ ଉପଦେଷ୍ଟା ମଣ୍ଡଳୀଙ୍କ ସହ ଜୟ ମହାବୀର ରାମଲୀଳା ପ୍ରଚାର ସମିତିର ସମସ୍ତ କର୍ମକର୍ତ୍ତା ଓ ସଂକୀର୍ତ୍ତନ ଭାଇ ଗ୍ରାମର ମୂରବୀ ଉକ୍ତ ସଭାପରେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ |