Onn 3

ସାପ କାମୁଡ଼ାରେ ନାବାଳକ ମୃତ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଏନ ବି ପୋଖରୀଆ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଦାନ୍ତୁଣି ଗ୍ରାମର ରାମଚନ୍ଦ୍ର ନାଏକଙ୍କ ୧୨ବର୍ଷର ପୁଅ ଗତକାଲି ରାତିରେ ଖାଇପିଇ ଶୋଇଥିଲା। ଏହି ସମୟରେ ଏକ ପାହାଡିଆ ସାପ ଲକ୍ଷ୍ମଣଙ୍କ ମୁଣ୍ଡର କାନ ପାଖରେ କାମୁଡିଥିଲା। ସକାଳୁ ପରିବାରବର୍ଗ ପୁତ୍ର ଲକ୍ଷ୍ମଣକୁ ବିଶୋଇ ଡାକ୍ତର ଖାନାକୁ ଆଣିଥିଲେ। ହେଲେ ଡାକ୍ତର ଲକ୍ଷ୍ମଣର ମୃତ ଘୋଷଣା କରିଥିଲେ । ଖବର ପାଇ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଂଚି ୨୦/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି। ମୃତ ଲକ୍ଷ୍ମଣ ଏନ୍ ବି ପୋଖରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ସପ୍ତମ ଶ୍ରେଣୀରେ ପଢ଼ୁଥିଲା ବୋଲି ଜଣାପଡିଛି।

ଦୁଃଖର ବିଷୟ ରାମଚନ୍ଦ୍ର ନାଏକଙ୍କ ପୁର୍ବରୁ ସ୍ତ୍ରୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଝିଅ ଓ ଏକମାତ୍ର ପୁତ୍ର ଲକ୍ଷ୍ମଣକୁ ନେଇ କଷ୍ଟେମଷ୍ଟେ ଗୁଜୁରାଣ ମେଣ୍ଟାଉଥିଲେ। ପୁଅକୁ ହରାଇ ବାପା ରାମଚନ୍ଦ୍ର ଏବଂ ତାଙ୍କର ଝିଅମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଦୁଃଖଦ ଘଟଣାକୁ ଜାଣିବା ପରେ ସରପଞ୍ଚ ଡୋମାନ ମୁର୍ମୁ, ସମିତି ସଭ୍ୟ ଅମରସିଂ ଟୁଡୁ, ଜିଲ୍ଲା ପରିଷଦ ସଦସ୍ୟା ବିଦୁସ୍ମିତା ଦେଓ ଘଟଣା ସ୍ଥଳରେ ପହଞ୍ଚି ପରିବାରବର୍ଗଙ୍କୁ ଆସ୍ବାଶନା ଦେଇଛନ୍ତି। ସରକାରଙ୍କ ତରଫରୁ ଯାହାକିଛି ନିୟମ ଥିବ ତାହାକୁ କିଭଳି ଶିଘ୍ର ମିଳିବ ତାହାର ବ୍ୟବସ୍ଥା କରିବେ ବୋଲି କହିଥିଲେ ।