ଭୁବନେଶ୍ବର: ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କଡ଼ା ଜବାବ ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଚ କରି ଜବରଦସ୍ତ ବର୍ଷିଛନ୍ତି ସମୀର । ସେ କହିଛନ୍ତି, ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି ବିଜେଡି ନେତା। ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହିଁ ବିଜେଡି। ବିଜେପିର ଲୋକକଲ୍ୟାଣକାରୀ ଯୋଜନାରେ ଈର୍ଷାନ୍ୱିତ ହୋଇ ବିଜେଡି ବିଧାୟକ ଏଭଳି ମନ୍ତବ୍ୟ ଦେଉଥିବା କହିଛନ୍ତି ସମୀର ମହାନ୍ତି ।