Img 20240917 Wa0139

ମୁସଲମାନ ସଂପ୍ରଦାୟ ତରଫରୁ ମହମ୍ମଦ ଜୟନ୍ତୀ ଧୂମଧାମରେ ପାଳିତ

State

ବାରିପଦା: ପବିତ୍ର ମହମ୍ମଦ ଜୟନ୍ତୀ ଅବସରରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତର ଲୁହାକାନୀ ଗ୍ରାମର ମୁସଲମାନ ସଂପ୍ରଦାୟ ତରଫରୁ ପବିତ୍ର ଇସଲାମ ଧର୍ମର ମହାନ ଗୁରୁ ହଜରତ ମହମଦଙ୍କ ଜନ୍ମ ଦିବସ ଇଦ ମିଲାଦୁନ ନବି ଧୂମଧାମରେ ପାଳିତ ହୋଇଯାଇଛି। ଲୁହାକାନୀ ମୁସଲମାନ ବସ୍ତିର ମସଜିଦ ନିକଟରୁ ମୁସଲମାନ ସଂପ୍ରଦାୟ ତରଫରୁ ଏକ ବିଶାଳ ପଟୁଆରା ବାହାରି ଲୁହାକାନୀ ଗାଁ ପରିକ୍ରମା କରିବା ପରେ ମସଜିଦ ନିକଟରେ ପହଂଚି ଥିଲା । ଏଥିରେ କମିଟିର ସଦର, ସେକ୍ରେଟାରୀ ସମେତ ମୁସଲମାନବସ୍ତିର ମାନ୍ୟଗଣ୍ୟବ୍ୟକ୍ତି ଓ ମୁରବୀମାନେ ଶୋଭାଯାତ୍ରାରେ ସାମିଲ ହୋଇ ଉତ୍ସବ ମନାଇ ଥିଲେ ।ଏଇ ଅବସରରେ ମସଜିଦ ଠାରେ ଏକ ଧର୍ମ ସଭା କରାଯାଇଥିଲା। ସମସ୍ତେ ପରସ୍ପରକୁ କୁଣ୍ଢାଇ ଆଲିଙ୍ଗନ କରିବା ସହ ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ । ସମସ୍ତଙ୍କ ଜୀବନ ସୁସ୍ଥ,ସୁଖମୟ ଓ ଶାନ୍ତିର ହେଉ ବୋଲି ଶୁଭ ମନାସି ଥିଲେ ।

ଏଥିରେ ଇମାମ୍ ହାଫିଜ୍ ଅହମ୍ମଦ ରାଜା ସାହେବ୍ ମହାପୁରୁଷ ମହମ୍ମଦଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ଇସଲାମ ଧର୍ମ ଶାନ୍ତି, ପ୍ରିତି, ମୈତ୍ରୀ ଓ ସଦଭାବନା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଲୁହାକାନୀର ନଜାଓ୍ଵାନେ ମୁସଲିମ କମିଟିର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିବା ଵେଳେ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ନେତୃତ୍ବରେ ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।