Crocodile

ମଇଁଷି ଚରାଉଥିବା ବେଳେ ନଦୀ କୂଳରୁ ଝାମ୍ପିନେଲା କୁମ୍ଭୀର

State

ଆଳି : ପୁଣି କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆତଙ୍କ । ମଇଁଷି ଚରାଉଥିବା ବେଳେ ଜଣକୁ ଟାଣିନେଲା କୁମ୍ଭୀର । କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତି ଜଣକ ଆଳି ଥାନା ଇଚ୍ଛାପୁର ଗାଁର ଅଜାମ୍ବର ନାୟକ । ଖରସୁଆ ନଦୀ କୂଳରେ ମଇଁଷି ଚରାଇବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି । ଏହା ଦେଖି ପାଖରେ ଥିବା ଲୋକେ  ପାଟି କରିଥିଲେ । ସଙ୍ଗେ ସଙ୍ଗେ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରିଥିଲେ ସ୍ଥାନୀୟ ଲୋକେ । ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛି ଅଗ୍ନିଶମ ବାହୀନି ।