Rew

ଲୁଟ୍ ଉଦ୍ୟମ ପଣ୍ଡ, ୨ ଲୁଟେରାକୁ କାବୁ କଲେ ଲୋକେ

State

ଆଗରପଡ଼ା :ଲୁଟ୍ ଉଦ୍ୟମ କରୁଥିବା ୨ଜଣ ଲୁଟେରା ଶେଷରେ ଲୋକଙ୍କ ଦ୍ୱାରା କାବୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ବନ୍ତ ବଜାରରୁ ଜନୈକ ବ୍ୟକ୍ତିଙ୍କ ମୋଟର ସାଇକେଲ ଡ଼ିକି ଭାଙ୍ଗି ଟଙ୍କା ଚୋରି କରୁଥିବାର ଉଦ୍ୟମ କରୁଥିବା ବେଳେ ଲୋକଙ୍କ ନଜରକୁ ଆସିଥିଲେ ୨ଲୁଟେରା । ଲୋକଙ୍କ ନଜରକୁ ଆସିବା ପରେ ଟଙ୍କା ଛାଡ଼ି ୨ ଲୁଟେରା ବାଇକ ଚଢି (କଳା ରଙ୍ଗର ପଲସର)ଚମ୍ପଟ ମାରିଥିଲେ । ଏହା ଦେଖି ଲୋକେ ସେମାନଙ୍କ ପିଛା କରିବା ଦ୍ୱାରା ରାସ୍ତା ଜାଣିନପାରି ୨ଲୁଟେରା କେନ୍ଦୁଝର ଜିଲ୍ଳା ନନ୍ଦିପଦା ଥାନା ଅଧିନ ଶାଳଣିଆଁ ବଜାର ଦେଇ ବ୍ରାହ୍ମଣିକଳା ଗାଁ ନିକଟରେ ରାସ୍ତା ଉପରେ ପଡ଼ି ଆହି ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ରାସ୍ତାରୁ ଉଦ୍ଧାର କରି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ନନ୍ଦିପଦା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ୨ଲୁଟେରାଙ୍କୁ ପ୍ରାଥମିକ ଜିକିତ୍ସାପରେ ନନ୍ଦିପଦା ଥାନାକୁ ନେଇଯାଇଥିଲେ । ପରେ ବନ୍ତ ପୁଲିସ ନନ୍ଦିପଦା ଥାନାରେ ପହଂଚି ଅଟକ ୨ ଯୁବକଙ୍କୁ ଲୁଟ୍ ଉଦ୍ୟମ ବିଷୟରେ ପଚରାଉଚରା କରୁଥିବା ଜଣାପଡ଼ିଛି ।