Hq720

୧୦ ବର୍ଷରେ ଗଲେଣି ୫୫ ବାଘ, ୭ଶହରୁ ଅଧିକ ହାତୀ

State

ଭୁବନେଶ୍ବର: ଜଙ୍ଗଲରେ ସୁରକ୍ଷିତ ନାହାନ୍ତି ଜୀବଜନ୍ତୁ । ବିଶେଷ କରି ହାତୀ ଓ ବାଘ । ସେ ପ୍ରାକୃତିକ ହେଉକି କୃତ୍ରିମ ଉଭୟରେ ଶହ ଶହ ହାତୀ ଓ ବାଘ ମରୁଛନ୍ତି । ସବୁଠୁ ବେଶୀ ହେଉଛି ଶିକାରୀଙ୍କ ଉପଦ୍ରବ । ବନବିଭାଗକୁ ଚକମା ଦେଇ ନିଜର ଚୋରା କାରବାର ଚଲାଉଛନ୍ତି ଶିକାରୀ । ଯାହାକୁ ନେଇ ଆଜି ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ  ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ଏନେଇ ମନ୍ତ୍ରୀ କହିଛନ୍ତି, ୧୦ ବର୍ଷ ମଧ୍ୟରେ ୪୮ଟି କଲରାପତରିଆ ଏବଂ ୭ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଛି। ଏହାମଧ୍ୟରୁ ୨୫ଟି ବାଘକୁ ଶିକାରୀମାନେ ହତ୍ୟା କରିଥିବା ବେଳେ ବିଦ୍ୟୁତ ଆଘାତରେ ୪ଟି, ରେଳ ଦୁର୍ଘଟଣାରେ ୨ଟି, ରାସ୍ତା ଦୁର୍ଘଟଣାରେ ୩ଟି, ନଦୀ ନାଳରେ ବୁଡି ୬ଟି ବାଘଙ୍କର ଅକାଳ ମୃତ୍ୟୁ ହୋଇଛି।

ସେହିପରି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। ଗତ ୧୦ ବର୍ଷ ମଧ୍ୟରେ ୪୧ଟି ହାତୀଙ୍କୁ ହତ୍ୟା କରାଯାଇଥିବା ବେଳେ ୭୧୯ଟି ହାତୀଙ୍କର ବିଭିନ୍ନ କାରଣ ପାଇଁ ମୃତ୍ୟୁ ହୋଇଛି। ସେହିପରି ୨୦୧୩-୧୪ ରୁ ୨୦୨୩-୨୪ ମଧ୍ୟରେ ହାତୀ ମଣିଷ ଲଢେଇରେ ମଧ୍ୟ ୧୧୪୫ ଜୀବନ ଯାଇଛି । ଯାହା ଏବେ ଚିନ୍ତାର କାରଣ ହୋଇଛି । ସେମାନଙ୍କ ସୁରକ୍ଷା ଏବେ ଚାଲେଞ୍ଜିଂ ।