Nilagiri 2

ମେଡିକାଲରେ ବିଦ୍ୟୁତ ତାର ଲାଗି ଗଲା ରୋଗୀଙ୍କ ଜୀବନ

State

ନୀଳଗିରି : ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ । ବାଲେଶ୍ଵର ନୀଳଗିରି ଉପଖଣ୍ଡ ମେଡ଼ିକାଲରେ ଅବ୍ୟବସ୍ଥା ନେଇଛି ଜୀବନ ।  ଶୌଚାଳୟ ନିକଟରେ ବିଛା ହୋଇଥିବା କେବୁଲ ତାରରେ ଛନ୍ଦି ହୋଇ ତଳେ ପଡି ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଆମ୍ବଝର ଗାଁର କରଣ ସିଂ । ମେଡିକାଲର ଅବ୍ୟବସ୍ଥା ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁସାରେ କରଣ ସିଂ ଅସୁସ୍ଥତା ପାଇଁ ପାଞ୍ଚ ଦିନ ପୂର୍ବରୁ ସେ ନୀଳଗିରି ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ ।  ମେଡ଼ିକାଲ ୱାର୍ଡରେ ଶୌଚାଳୟ ଅପରିଷ୍କାର ଥିବାରୁ ମେଡ଼ିକାଲ ପରିସରରେ ଥିବା ଅନ୍ୟ ଏକ ଶୌଚାଳୟକୁ ଯିବାବେଳେ କେବୁଲ ତାରରେ ଛନ୍ଦି ହୋଇ ତଳେଯାଇଥିଲେ ।  ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।