Ambulance 1725884192

ଗଣେଶ ଭସାଣି ବେଳେ ଅଘଟଣ, ନଦୀରେ ବୁଡି ଛାତ୍ର ମୃତ

State

ଜଗତସିଂହପୁର : ଗଣେଶ ଭସାଣି ବେଳେ ଅଘଟଣ । ଗଣେଶ ଭସାଣି ପାଇଁ ବୃଦ୍ଧା ନଦୀକୁ ଯାଇଥିବା ବେଳେ ଘଟିଛି ଅଘଟଣ ।  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ତିର୍ତ୍ତୋଲ କ୍ୟାରିୟର ଫୋକସ ରେ  ଛାତ୍ର ଛାତ୍ରୀଙ୍କ ଦ୍ୱାରା ଗତକାଲି ଗଣେଶ ପୂଜା କରାଯାଇଥିଲା ।

ଆଜି ସକାଳେ କିଛି ଛାତ୍ର ପାଖ ବୃଦ୍ଧା ନଦୀକୁ ଠାକୁର ବିସର୍ଜନ କରିବାକୁ ଯାଇଥିବା ବେଳେ ନଦୀ ଭିତରକୁ ତିନିଜଣଙ୍କ ଗୋଡ ଖସିଯାଇଥିଲା । ସ୍ଥାନୀୟ ଲୋକଙ୍କ ଦ୍ୱାରା ତିନିଜଣକୁ ନଦୀ ଭିତରୁ ଉଦ୍ଧାର କରାଯାଇଥିଲା । ତେବେ ଜଣଙ୍କ ଅବସ୍ଥା ଭଲ ଥିବା ବେଳେ  ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ସ୍ଥାନୀୟ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା ।

ଗୁରୁତର ମଧ୍ୟରୁ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିବା ସହ ଜଣକୁ ଜ଼ିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପଠାଇଛନ୍ତି। ମୃତ ଛାତ୍ର ହେଲେ ମଙ୍ଗରାଜପୁର ଗ୍ରାମର ପ୍ରଶାନ୍ତ ସ୍ୱାଇଁଙ୍କ ପୁଅ ରିତେଶ ସ୍ୱାଇଁ । ସେ ଆଦିକବି ଶାରଳା ଦାସ କଲେଜର ଯୁକ୍ତ ଦୁଇ ବର୍ଷର ଛାତ୍ରହୋଇଥିବା ବେଳେ ଗୁରୁତର ଛାତ୍ର ହେଲେ  ଭରାଳ ଗ୍ରାମର  ଅକ୍ଷୟ କୁମାର ବାରିକଙ୍କ ପୁଅ ଏସ ରବି କିରଣ । ତେବେ ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ବ କରିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।