Whatsapp Image 2024 09 08 At 12.39.56 Pm

ଜିଲ୍ଲାସ୍ତରୀୟ ବିଶ୍ୱ ସାକ୍ଷରତା ଦିବସ -୨୦୨୪ ପାଳିତ

State

ବାରିପଦା:  ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିଶ୍ୱ ସାକ୍ଷରତା ଦିବସ ପାଳିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଉପସ୍ଥିତ ରହି ପିଲାମାନଙ୍କୁ ଶିକ୍ଷାର ଗୁରୁତ୍ୱ ସମ୍ଫର୍କରେ ଆଲୋକପାତ କରିଥିଲେ । ସଭାର ସଭାପତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସନ୍ତୀ ଟୁଡୁ ଶିକ୍ଷା ମନୁଷ୍ୟକୁ ସକ୍ଷମ ଓ ସଚେତନ କରେ ବୋଲି ତାଙ୍କ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ । ଶିକ୍ଷୟତ୍ରୀ ଗାୟତ୍ରୀ ବେହେରା ଗଳ୍ପ ମାଧ୍ୟମରେ ଶିକ୍ଷାର ଆବଶ୍ୟକତା ମମ୍ଫର୍କରେ ଅଭିଭାଷଣ ରଖି ଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଲକ୍ଷ୍ମୀନାରାୟଣ ମହାନ୍ତ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥିଲେ ।