Ss

ଭୂମିଜ ସମାଜ ର ମେଳି, ଦାବୀ ପୂରଣ ନହେଲେ ନିର୍ବାଚନ ବର୍ଜନ ନିଷ୍ପତି

State

ବାରିପଦା: ଭାରତୀୟ ଆଦିବାସୀ ଭୂମିଜ ସମାଜ, ମୟୁରଭଞ୍ଜ ଆହ୍ୱାନ କ୍ରମେ, ମୟୂରଭଞ୍ଜ ଜିଲ୍ଲାର, ବାରିପଦା,ଛଉ ପଡିଆଠାରେ ହଜାର ହଜାର ସଂଖ୍ୟାରେ ଭୂମିଜ ଆଦିବାସୀ ମାନେ ଏକତ୍ରିତ ହେଇଥିଲେ। ପାରମ୍ପରିକ ପଦ୍ଧତି ରେ ପୂଜା ପାଠ ପରେ, ଓଡ଼ିଶା ସରକାର ଙ୍କର ଭୂମିଜ ମାନଙ୍କ ପ୍ରତି କରୁଥିଵା ପାତର ଅନ୍ତର କାର୍ଯ୍ୟ କୁ ଘୋର ବିରୋଧ କରିଥିଲେ। ଭୂମିଜ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର, ଅବହେଳା କୁ ମଧ୍ୟ ଆଉ ଵରଦାସ୍ତ କରାଯିବ ନାହିଁ ଵୋଲି କଡା ଚେତାବନୀ ଦେଇଛନ୍ତି। ଓଡ଼ିଶାର ବସବାସ କରୁଥିବା ଲକ୍ଷ ଲକ୍ଷ ଭୂମିଜ ଆଦିବାସୀ ମାନେ ବିଭିନ୍ନ ସମୟରେ ସେମାନଙ୍କ ର ନ୍ୟାର୍ଯ୍ୟ ଦାବି ପୂରଣ ନିମନ୍ତେ ଓଡ଼ିଶା ସରକାର ଙ୍କୁ ବହୁବାର ଦାବି ଜଣାଇଛନ୍ତି। ବହୁବାର ମୟୂରଭଞ୍ଜ ଜିଲ୍ଲାପାଳ, ବିଭାଗୀୟ ଅଧିକାରୀ,ଶିକ୍ଷା ମନ୍ତ୍ରୀ 5Tସଚିବଙ୍କ ମାଧ୍ୟମରେ ରେ ଭୂମିଜ ଭାଷା କୁ ବହୁଭାଷୀ ଶିକ୍ଷଣ ପ୍ରକ୍ରିୟାରେ ସାମିଲ କରିବା, ଭୂମିଜ ବହୁଭାଷୀ ଶିକ୍ଷକ ନିଯୁକ୍ତି ଭୂମିଜ ଭାଷା ର ସୁରକ୍ଷା ଓ ବିକାଶ ପାଇଁ ଦାବି ଜଣାଇଛନ୍ତି। ଶିକ୍ଷା ମନ୍ତ୍ରୀ,5T ସଚିବ ଙ୍କ ସହିତ ଅନେକ ଥର ସାକ୍ଷାତ ଓ ଆଲୋଚନା କରିଛନ୍ତି। ସେମାନେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ତାହା ପାଣି ର ଗାର ସାଦୃଶ୍ୟ ଥିଲା। ଭୂମିଜ ମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଭଣ୍ଡାଇଛନ୍ତି। ଗୋଟିଏ ହେଲେ ଦାବି ପୂରଣ ପାଇଁ ଏ ପର୍ଯ୍ୟନ୍ତ ପ୍ରୟାସ କରିନାହାନ୍ତି। ଶିକ୍ଷା ଅଧିକାର ଅଧିନିୟ ରେ ମାତୃଭାଷା ରେ ପିଲାଙ୍କ ପଢ଼ିବା ର ଅଧିକାର କ୍ଷୂର୍ଣ୍ଣ ହେଉଥିବା ରୁ ତାହା ଭୂମିଜ ଶିଶୁ ମାନଙ୍କ ର ବିଦ୍ୟାଳୟ ପରିତ୍ୟାଗ ର ମୂଖ୍ୟ କାରଣ ସାଜିଛି। ଯାହା ଭୂମିଜ ମାନଙ୍କ ର ଭବିଷ୍ୟତ କୁ ଅନ୍ଧାର କୁ ଠେଲି ଦେଇଛି। ତେଣୁ ଭୂମିଜ ମାନଙ୍କ ର ଅସନ୍ତୋଷ ଆଜି ବିକ୍ଷୋଭ ର ରୂପ ଧାରଣ କରିଛି। ସରକାର ଙ୍କର ଦୋ ମୁହାଁ ନୀତି ବିରୁଦ୍ଧରେ ବିଶ୍ୱ ଆଦିବାସୀ ଦିବସ ଠାରୁ ଲଗାତର ମୟୁରଭଞ୍ଜ, ବାଲେଶ୍ଵର,ଓ ରାଜଧାନୀ ରେ ବିକ୍ଷୋଭ ,ଆନ୍ଦୋଳନ, ଓ ଧାରଣା ପ୍ରଦର୍ଶନ କରଖଯାଉଛି।ୟା ଫରେ ପୁଣି ଥରେ ଯଦି ସରକାର ଦାବି ପୂରଣ ନିମନ୍ତେ ଆଗ୍ରହ ପ୍ରକାଶ ନ କରନ୍ତି ତେବେ ଆଗାମୀ ନିର୍ବାଚନ ରେ ଭୂମିଜ ମାନଙ୍କ ର ଅସନ୍ତୋଷ ପ୍ରତିଫଳିତ ହେଵ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ଓ ସମସ୍ତ ଭୂମିଜ ସମାଜ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏହା ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ୯ ଦଫା ଦାବି ପୂରଣ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ଙ୍କ ମାଧ୍ୟମରେ ରେ ଦାବି ପତ୍ର ପ୍ରଦାନ କରା ଯାଇଥିଲା। ମୁଖ୍ୟ ଦାଵି ଗୁଡିକ ହେଲା।୧- ଭୂମିଜ ଵହୁଳ ବିଦ୍ୟାଳୟ ରେ ଭୂମିଜ ବହୁଭାଷୀ ଶିକ୍ଷକ ନିଯୁକ୍ତି କରିବା।୨-ଭୂମିଜ ଭାଷା କୁ ଦ୍ଵିତୀୟ ସରକାରୀ ଭାଷା ର ମାନ୍ୟତା ପ୍ରଦାନ କରିବା।୩-ଭୂମିଜ ଭାଷା କୁ ଅଷ୍ଟମ ବିଧାନ ସଭା ରଅନୁସୂଚି ରେ ସାମିଲ୍ ଟରିବା।୪-ଭୂମିଜ ସଂସ୍କୃତି ଓ ପରମ୍ପରା କୁ ସୁରକ୍ଷା କରିବା।୫-ଭୂମିଜ ପୂଜା ସ୍ଥଳୀ ଗୁଡିକ ର ସୁରକ୍ଷା ଓ ବିକାଶ କରିବା।୬-ଭୂମିଜ ସାଂସ୍କୃତିକ ସଂଗ୍ରହାଳୟ ନିର୍ମାଣ କରିଵା।୭-ଭାଦରବ ମାସ ବଡ଼ ଏକାଦଶୀ କୁ କରମ ପୂଜା ନାମ ରେ ଛୁଟିଦିନ ଘୋଷଣା କରିବା।୮-ଭୂମିଜ ସ୍ୱାଧୀନତା ସଂଗ୍ରାମୀ ଙ୍କୁ ଇତିହାସ ରେ ସ୍ଥାନ ଦେଵା ଓ ଚୂହାଳ ବିଦ୍ରୋହ ର ମହାନାୟକ ରଘୁନାଥ ସିଂ ଙ୍କୁ ସମ୍ମାନ ଦେଵା।୯- ଭୂମିଜ ଲିପି “ଅଲ୍ ଅନଲ”ସଫ୍ଟୱେର ଟୁଲସ୍ ଏବଂ ଟେକ୍ନୋଲୋଜୀର ଉନ୍ନତି କରଣ ଓ ୟୁନିକ କୋଡ ପ୍ରଦାନ କରିବା

ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଆଦିବାସୀ ଭୂମିଜ ସମାଜ ମୟୂରଭଞ୍ଜ ଜିଲ୍ଲାର ସଭାପତି ଶ୍ରୀ ରାଜକୁମାର ସିଂ, ସମ୍ପାଦକ ସଞ୍ଜୟ ସିଂ, ଭାରତୀୟ ଆଦିବାସୀ ଭୂମିଜ ସମାଜ ଓଡ଼ିଶା ର ସଭାପତି ଶ୍ରୀ ଗମ୍ହା ସିଂ, ସମ୍ପାଦକ ଶ୍ରୀ ନିଳକଣ୍ଠ ସିଂ, ପୂର୍ବତନ ସଭାପତି ଶ୍ରୀ ପାଇକ ସିଂ ,ମଙ୍ଗୁ ସିଂ, କେନ୍ଦ୍ରୀୟ କମିଟି ସଦସ୍ୟା ଗିତାମଣି ସିଂ, ହେମେନ୍ଦ୍ର ସିଂ , ଦେବକୀ ସିଂ ମୁକ୍ତେଶ୍ଵରୀ ସିଂ ଗଦାଧର ସିଂ ଲିଲିସରାଣି ସିଂ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ସଫଳ କରିଥିଲେ।