Photo For The News Of Gurudivas

ଗୁରୁପୂଜନ ଦିବସ ପାଳିତ, କଂଚା ମାଟି ପୁଣ୍ଡୁଳକୁ ସୁନ୍ଦର ପ୍ରତିମା ରୂପେ ଗଢିବାରେ ଶିକ୍ଷକଙ୍କ ଭୂମିକା ଆଲୋଚନାଚକ୍ର

State

ଆଗରପଡ଼ା :ବନ୍ତ ବ୍ଳକ ସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ‘କଂଚା ମାଟି ପୁଣ୍ଡୁଳକୁ ସୁନ୍ଦର ପ୍ରତିମା ରୂପେ ଗଢିବାରେ ଶିକ୍ଷକଙ୍କ ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ଆଗରପଡ଼ା ସ୍ଥିତ କଳିଙ୍ଗ କଂପ୍ୟୁଟର୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜୟଶ୍ରୀ, ଲକ୍ଷ୍ମୀପ୍ରିୟା, ପୁଷ୍ପାରାଣୀ, ସ୍ନେହଲତା, କଳ୍ପନା, ରୂପଶ୍ରୀ, ତୋଫାନ, ରାଜୁ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରି ଶିକ୍ଷକମାନଙ୍କ ଦ୍ୱାରା ସମାଜରେ ସଂସ୍କାର ଆସି ପାରିବ ବୋଲି ମତବ୍ୟକ୍ତ କରିଥିଲେ । କଳିଙ୍ଗ କଂପ୍ୟୁଟର୍ସ ନିର୍ଦ୍ଦେଶକ ତଥା ସାମ୍ବାଦିକ ବିନୋଦ ଧଳ ସାମନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ପରିଚାଳନା ନିର୍ଦ୍ଦେଶିକା ତଥା ସାମ୍ବାଦିକା ମୋନାଲିସା ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଚିନ୍ମୟୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜୀବନଜ୍ୟୋତି ନାଥ,ନାରାୟଣ ସାହୁ,ଚନ୍ଦନ କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ ।