Img 20240904 Wa0249

ଶ୍ରମିକ ଯୁବକ ସଂଘ କଇଁପୁର ର ନୂତନ ପଦବୀ ଓ ପାକଣା ପାଟ୍ ର ଦେହୁରୀ ଚୟନ

State

ବାରିପଦା: ମୟୂରଭଂଜ ଜିଲ୍ଲା ଜାମଦା ବ୍ଲକ କଇଁପୁର ଠାରେ ରହିଥିବା ପାକଣାପାଟ୍ ର ନୃସିଂହଠାକୁରଙ୍କ ଆସନ୍ତା ଯାନ୍ତାଳ ମେଳା ଓ ପୂଜାର୍ଚ୍ଚନା ନିମନ୍ତେ ଶ୍ରମିକ ଯୁବକ ସଂଘର ସଭାପତି ଓ ସମ୍ପାଦକ ଏବଂ ଦେହୁରୀ ଚୟନ ଗ୍ରାମବାସୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି |ଶ୍ରମିକ ଯୁବକ ସଂଘର ନୂତନ ସଭାପତି ରାଜକିଶୋର ମଣ୍ଡଳ, ଉପସଭାପତି କୁନା ବିନ୍ଧାଣୀ, ନୂତନ ସମ୍ପାଦକ ରଂଜନ କୁମାର ବାରିକ୍,ସହଯୋଗୀ ସମ୍ପାଦକ ଗଣେଶ ପାତ୍ର, କ୍ୟାସିୟର ଭାବରେ କେସିରୀ ନାଥଙ୍କୁ ଚୟନ କରାଯାଇଛି | ସେହିପରି ନୂତନ ଦେହୁରୀ ଭାବରେ ବିରସିଂ ସର୍ଦ୍ଦାରଙ୍କୁ ଶ୍ରମିକ ଯୁବକ ସଂଘ ଓ ଦେହୁରୀ ବଂଶମାନଙ୍କ ପକ୍ଷରୁ ଚୟନ କରାଯାଇଛି | ସୂଚନାଯୋଗ୍ୟ ଯେ ଆସନ୍ତାମାସ ଏକାଦଶୀରୁ ପାକଣାପାଟ୍ ରେ ଯାନ୍ତାଳ ମେଳା ଅନୁଷ୍ଠିତ ହେବ | ପୂଜା ଓ ମେଳାରେ ଶାନ୍ତିଶୃଙ୍ଖଳା ବଜାଇ ରଖିବା ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ ଶ୍ରମିକ ଯୁବକ ସଂଘ, କଇଁପୁରର ସଦସ୍ୟଙ୍କ ସମର୍ଥନ ଅନୁସାରେ ଚୟନ କରାଯାଇଥିବା ନୂତନ ସମ୍ପାଦକ ରଂଜନ କୁମାର ବାରିକ୍ କହିଛନ୍ତି |